ରୋତ କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତରେ ଓଡିଶା ରାଜ୍ୟ ଏଡ୍‌ସ୍ ନିୟନ୍ତ୍ରଣ ସୋସାଇଟି ଆନୁକୂଲ୍ୟରେ ମହାବିଦ୍ୟାଳୟର ରେଡ୍ ରିବନ କ୍ଲବ ଓ ୟୁଥ ରେଡକ୍ରସ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଦାର୍ଥ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଓ ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳା ଦିବସର ଇତିହାସ ଓ ତାର ବିଶେଷତା ଆଦି ସଂପର୍କରେ ମତବ୍ୟକ୍ତ କରିଥିଲେ । ୟୁଥ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସ୍ୱାଗତ ଭାଷଣ ସମେତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ଅଧ୍ୟାପକ ବାମଦେବ ମେହେର କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ “ସମାଜର ବିକାଶରେ ନାରୀର ଭୂମିକା” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିରେନ୍ଦ୍ର ପ୍ରତାପ ତ୍ରିପାଠୀ ପ୍ରଥମ, ଝରଣା ସାହୁ ଦ୍ୱିତୀୟ ଓ ଜେନାରାମ ବରିହା ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡ୍ ରିବନ କ୍ଲବ ଓ ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରି ସଫଳ କରିଥିଲେ ।

Leave A Reply

Your email address will not be published.

three + 10 =