ସଦାଇପାଲି ସାଇଟ୍‌ କଲେଜରେ ଜାତୀୟ ସୁରକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇଟ୍‌ କଲେଜ ପରିସରରେ ୫୩ତମ ଜାତୀୟ ସୁରକ୍ଷା ଦିବସ ବିପିସିଏଲ୍‌ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟ ଓ ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଇଟ୍‌ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସୁରକ୍ଷା ଉପରେ ଏକ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଅଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମଟିକୁ ସାଇଟ୍‌ ନର୍ସିଂ କଲେଜର ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିପିସିଏଲ୍‌ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟର ସହ-ପ୍ରବନ୍ଧକ ଇଂ. ନିଶାନ୍ତ ଅଗ୍ନି ନିର୍ବାପକ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ବିପିସିଏଲ୍‌ ପ୍ଲାଣ୍ଟର ଏକାଉଣ୍ଟସ୍‌ ଅଧିକାରୀ ରାଜେନ୍ଦ୍ର କୁମାର ମଂଚାସୀନ ଥିଲେ । ସାଇଟ୍‌ ନର୍ସିଂର ଅଧ୍ୟାପିକା ଜେନିଫା ନାଏକ ସୁରକ୍ଷା ଦିବସ ଅବସରରେ ଉଚିତ୍‌ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଶପଥ ପାଠ କରାଇଥିଲେ । ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବକୁ କମରୁନ୍‌ ନିସା ପରିଚାଳନା କରିଥିଲେ । ସଚେତନତା କାର୍ଯ୍ୟକ୍ରମ ପରେ ବିପିସିଏଲ୍‌ ପ୍ଲାଣ୍ଟର ସେଫ୍ଟି ଟେକ୍‌ନିସିଏନ୍‌ ଅଗ୍ନି ସୁରକ୍ଷା ଉପରେ ଡେମୋ କରିଥିଲେ । ଶେଷରେ ସୁଶ୍ରୀ ଆଇ.ଟି.ସି.ର ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା ଧନ୍ୟବାଦ ଦେଇଥିବା ବେଳେ ସୌମ୍ୟରଂଜନ ବାଗ, ଦେବାଶିଷ ନାଏକ, ଇନ୍ଦ୍ରାଣୀ ବାଗ, ସ୍ୱାତିମୟୀ ଜାନୀ, ରେସମା ସା, କୁସୁମ ମଞ୍ଜରି ନାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

9 + 7 =