csstore

ଏନ୍‌ଏମ୍‌ଏମ୍‌ଏସ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପାଠପଢାଠୁ ଆରମ୍ଭ କରି ନବୋଦୟ, ବୃତ୍ତି, ପଠାଣି ସାମନ୍ତ, ଏକଲବ୍ୟ, ଇନ୍‌ସ୍ପାୟାର, ଏନ୍‌ଏମ୍‌ଏମ୍‌ଏସ୍‌ ପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପରିଚିତ ହୋଇଛି । ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦେଇ ଶୃଙ୍ଖଳାର ସହିତ ଅଧ୍ୟୟନ କରି ଜଣେ ଜଣେ ଭଲ ମଣିଷ ଭାବରେ ସମାଜରେ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଜନ ସାହୁ, ମାୟାବାର୍ହା ସିଆର୍‌ସିସି ଜୟ ଶ୍ରୀରାମ ସିକନ୍ଦର, ଚିନାଜୁରୀ ସିଆର୍‌ସିସି ରମେଶ ଭୋଇ, ଗଜବନ୍ଧ ସିଆର୍‌ସିସି ନରେନ୍ଦ୍ର ପୁରୋହିତ, ଇଛାପୁର ସିଆର୍‌ସିସି ସୁଧାଂସୁ ଶେଖର ସାହୁ, ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ବାଗ, ସମଲେଇ ଚୁଆଁ ସିଆର୍‌ସିସି ସୁରେଶ ପୂଜାରୀ ଯୋଗଦେଇ ଛାତ୍ରଛାତ୍ରୀମାନେ ମନଯୋଗ ସହକାରେ ପାଠ ପଢି ଆଗାମୀ ଦିନରେ ଆହୁରି ଅନେକ ସଫଳତା ଆଣିବାକୁ ପ୍ରେରଣା ଦେଇଥିଲେ । ଚଳିତ ବର୍ଷ ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଆଶୁତୋଷ ସାହୁ, ବବିତା ସାହୁ, କାହ୍ନା ମାଝୀ, ବିନିତା ଭୋଇ, ଲକ୍ଷ୍ମୀପ୍ରିୟା ପଧାନଙ୍କୁ ପୁରସ୍କାର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ୫୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସର୍ବାଧିକ ୧୯ ଜଣ ଛାତ୍ରଛାତ୍ରୀ ଡୁଙ୍ଗୁରିପାଲି ବ୍ଲକର ଅଟନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀ ବଡକର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଟନ୍ତି । ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ସଭାକୁ ପରିଚାଳନା କରିଥିବାବେଳେ ଗଣିତ ଶିକ୍ଷକ ମଧୁସୂଦନ ଉର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଲୋକନାଥ ପଧାନ, ଲୋକ ନାରାୟଣ ମହାନନ୍ଦ, ସୁରେଶ ସାହୁ, ଗୋବିନ୍ଦ ମାଝୀ, ସାରଥୀ ଥପା, ଶିକ୍ଷୟିତ୍ରୀ ମନ୍ଦାକିନୀ ସାହୁ, ସବିତା ଭୋଇ, ଧରିତ୍ରୀ ବେହେରା, ଶ୍ରଦ୍ଧାଞ୍ଜଳି ବିଶି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.