om academy

ମହାଶିବରାତ୍ରି ଦିନ ଝାଡ଼ଦେବନ୍ଧ ଗୁପ୍ତେଶ୍ୱର ମନ୍ଦିରରେ ମହୁମାଛି ଆକ୍ରମଣ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ମହାଶିବରାତ୍ରି ପାଇଁ ଟିଟିଲାଗଡ ନିକଟସ୍ଥ ଝାଡ଼ଦେବନ୍ଧ ଗୁପ୍ତେଶ୍ୱର ମନ୍ଦିରକୁ ସହର ତଥା ଦୂର ଦୂରାନ୍ତରୁ ବହୁତ ଭକ୍ତ ଦର୍ଶନ ପାଇଁ ଆସିଥିଲେ । ସକାଳୁ ଭକ୍ତ ଦର୍ଶନ କରୁଥିବା ବେଳେ ସକାଳ ୯.୩୦ରୁ ୧୦ଟା ସମୟ ମଧ୍ୟରେ ମହୁମାଛି ଆକ୍ରମଣ କରିବା ଯୋଗୁଁ ବହୁତ ଭକ୍ତ ଦର୍ଶନ ନ କରି ଛିନ୍‌ଛତର୍‌ ହୋଇ ଫେରାର ମାରିଥିବା ଜଣାପଡିଛି । ଗୁପ୍ତେଶ୍ୱର ମନ୍ଦିର ଉପର ପଟେ ଥିବା ମହୁଫେଣାକୁ କିଏ ପଥର ମାରୁ କି ଧୂପ ଦ୍ୱୀପ ବତି ଜାଳିବା ଯୋଗୁଁ ତାହାର ଧୂଆଁ ମହୁଫେଣାରେ ବାଜିବା ପରେ ଏହିଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ହାଇସ୍କୁଲପଡ଼ାର ଯୋଗେଶ୍ୱର ମିଶ୍ର ନିଜେ ମହୁମାଛି ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହୋଇଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି । ସେହିପରି ପିପଲପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲର ପ୍ରଥମ ମହଲା ଓ ଆହାର କେନ୍ଦ୍ର ନିକଟରେ ମଧ୍ୟ ଏହି ମହୁଫେଣା ବଢ଼ିବାରେ ଲାଗିଛି, ମା ଓ ଶିଶୁଙ୍କ ପ୍ରତି ଏହା ମଧ୍ୟ ବିପଦ ଅଟେ । ତେଣୁ ଉଭୟ ସ୍ଥାନର ମହୁଫେଣାକୁ କାଢ଼ିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି ।

Leave A Reply

Your email address will not be published.