ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାତୃଭାଷା ଦିବସ ସମ୍ପର୍କରେ ଗୁରୁମା ସଙ୍ଗୀତା ସାହୁ, କୁମୁଦିନୀ ସାହୁ, ଶ୍ରୀମାଞ୍ଜଳି ସାହୁ, ଗୁରୁଜୀ ପ୍ରେମାନନ୍ଦ ମିଶ୍ର, ଶତ୍ରୁଘ୍ନ ବିଶ୍ୱାଳ, ରସାନନ୍ଦ ତ୍ରିପାଠୀ, କୁନା ବେହେରା, ବିଜୟ କୁମାର ସରାଫ ପ୍ରମୁଖ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍‌, ଅମୃତ କଳସ, କବିତା ପଠନ, ପ୍ରବନ୍ଧ ତଥା ଲଘୁ ନାଟିକା ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

3 × three =