ଓଡ଼ିଆ ଭାଷା ବିକାଶ ମଞ୍ଚର ବିଶ୍ୱ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆମ୍ବାଗନସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିର ପାଦଦେଶରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ସୁନାମଧନ୍ୟ ସ୍ତମ୍ଭକାର, ଗାଳ୍ପିକ, ଏବଂ ଲେଖକ ଭୂପେନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଉରକେଲାର ସମସ୍ତ ସାହିତ୍ୟ ପ୍ରତିଷ୍ଠାନ, ସାମାଜିକ ସେବା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାମାନଙ୍କ ସମେତ ଭାରତ ସ୍କାଉଟ୍‌ସ୍‌ ଆଣ୍ଡ୍‌ ଗାଇଡ୍‌ସ୍‌ର ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଚତୁର୍ଥ ସ୍ତମ୍ଭର କର୍ମକର୍ତ୍ତା ଏବଂ ସାହିତ୍ୟ ପ୍ରତି ଅନୁରକ୍ତି ରଖିଥିବା ବହୁ ବ୍ୟବସାୟୀ ଓ ବୁଦ୍ଧିଜୀବି ଏହି ଭାଷା ଦିବସ ପାଳନ ସମାରୋହରେ ଯୋଗଦାନ କରିଥିଲେ । ସାଧାରଣ ସମ୍ପାଦକ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ବିଶ୍ୱ ପ୍ରେକ୍ଷାପଟରେ ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଭାରତୀୟ ଭାଷା ସାହିତ୍ୟର ଉତ୍ଥାନ ପତନ ଏବଂ ମୃତ୍ୟୁର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ଭାଷା ଭିତ୍ତିକ ଆନ୍ଦୋଳନଠାରୁ ରାଜ୍ୟଗଠନ ଯାଏ ଏକ ରେଖାଚିତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତି ଚାରଣ ପୂର୍ବକ ଭାଷା ମହାପର୍ବରେ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଜନସାଧାରଣଙ୍କ ଠାରୁ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ତାଙ୍କର ବକ୍ତବ୍ୟ କହିଥିଲେ । ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ସମ୍ପାଦକ ନୃସିଂହ ବିଶ୍ୱାଳ ଓଡିଆ ଭାଷାତତ୍ତ୍ଵର କର୍ମଧାରା ଏବଂ ଭାଷା ପାଇଁ ନିୟମ ଯେତିକି ନୁହେଁ, ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ଡ. ସୁବାସ ଚନ୍ଦ୍ର ଲେଙ୍କା ଓଡିଆ ବିଶ୍ୱ ସମ୍ମିଳନୀ ଅଷ୍ଟାଦଶ ଶତାବ୍ଦୀ ପରେ ଆଉଥରେ ପୁନର୍ଜାଗରଣ ପାଇଁ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଦିଶା ପ୍ରଦର୍ଶନ କରିବ ବୋଲି କହିଥିଲେ । ଉଦ୍‌ଯାପନୀ ଅଭିଭାଷଣରେ ସଭାପତି ଶ୍ରୀଯୁକ୍ତ ପତି ସମସ୍ତ ପ୍ରବୀଣ ବ୍ୟକ୍ତିତ୍ୱଙ୍କର ବକ୍ତବ୍ୟର ନିର୍ୟାସ ଉପସ୍ଥାପନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ କ୍ରାନ୍ତିକାରୀ ପଦକ୍ଷେପକୁ ସ୍ୱାଗତ କରି ଦିଲ୍ଲୀଠାରୁ ପଲ୍ଲୀ ଯାଏ ଉଚ୍ଚ – ସାଧାରଣ – ମଧ୍ୟବିତ୍ତ ପରିବାର ଓଡିଆ ଭାଷାକୁ ନିଜ ପରିବାରରେ, କର୍ମମୟ ଜୀବନରେ, ନିମନ୍ତ୍ରଣ ପତ୍ରରେ, ପାଠ୍ୟଖସଡାରେ ଓଡ଼ିଆକୁ ପ୍ରାଧାନ୍ୟ ଦେବା, ବୃତ୍ତି ଓ ପ୍ରବୃତ୍ତିରେ ଭାଷାର ବିନିଯୋଗ, ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ, ବ୍ୟବସାୟ ପ୍ରତିଷ୍ଠାନର ଫଳକରେ ସର୍ବତ୍ର ଓଡିଆ ଭାଷାର ଅସ୍ମିତାକୁ ଅନୁଭବ କରିବା ପାଇଁ ବିଶ୍ୱ ଭାଷା ସମ୍ମିଳନୀ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ସରକାର ଗ୍ରହଣ କରିବା ପୂର୍ବକ ସରକାରୀ ଘୋଷଣା ଅନୁଯାୟୀ ଅଫିସରେ ଭାଷା ବ୍ୟବହାରକାରୀଙ୍କୁ ପୁରସ୍କାର ଏବଂ ଭାଷାକୁ ବ୍ୟବହାର ନ କରିବା ପ୍ରାବଧାନ ସ୍ୱରୂପ ଦଣ୍ଡବିଧିର ପ୍ରକିୟା ଏଯାବତ ଦୃଷ୍ଟାନ୍ତ ସ୍ୱରୂପ ମଧ୍ୟ ଗ୍ରହଣ କରାଯାଇ ନାହିଁ ବୋଲି ସମସ୍ତ ମତାମତକୁ ଆଧାର କରି ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ସହରର ପ୍ରମୁଖ ସ୍ତମ୍ଭକାର, କବି, ପ୍ରାବନ୍ଧିକ, ସାହିତ୍ୟିକ, ଭାରତ ସ୍କାଉଟ୍‌ସ୍‌ ଆଣ୍ଡ୍‌ ଗାଇଡ୍‌ସ୍‌ର ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଡ. ସୁମନ ଦତ୍ତ, ଡ. ପ୍ରମୋଦ ଜଗଦେବ, ରାଧାମୋହନ ନାୟକ, ଇଂ ଅଶୋକ କୁମାର ପଟ୍ଟନାୟକ, ଲକ୍ଷଣ ନାଥ ଦାସ, ପ୍ରଫୁଲ୍ଲ ସାମଲ, ଗଙ୍ଗାଧର ପୁହାଣ, ଶ୍ରୀଧର ସୁନା, ବାବାଜୀ ଚରଣ ବେହେରା, ଧନଞ୍ଜୟ ମଲ୍ଲିକ, ନୃସିଂହ ବିଶ୍ୱାଳ, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, ବଳରାମ ରାଉଳ, ପ୍ରବୀର ଦୁବେ, ବିଜୟିନୀ ଜେନା, ଗୌତମ ଦାସ, ପ୍ରକାଶ ଚନ୍ଦ୍ର ସେଠୀ, ଦେବେନ୍ଦ୍ର ମହାରଣା, କେଦାର ପ୍ରଧାନ, ନିରଞ୍ଜନ ପରିଡା, ଜେନିପ୍ରିୟା ଲାକ୍ରା, ସୁନିତା ପରିଡା, ଡି. ସୁଜାତା ପାତ୍ର, ସ୍ନେହା ପ୍ରଧାନ, ଅମ୍ବିକା ବାରିକ, ପ୍ରକାଶ ଚନ୍ଦ୍ର ଦାଶ, ଆଦିତ୍ୟ ବରାଳ, ଜଗନ କୁମାର ପାଣିଗ୍ରାହୀ, ଓମ୍ ପ୍ରକାଶ ପରିଡା, ସୋନୁ ରାଉତ, ଶୁଭମ୍ ସାହୁ, ବିରୁ ଯାଦବ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ଅଂଶୁମାନ ଦାସଙ୍କ ସମେତ ଦେଢ଼ଶହରୁ ଅଧିକ ସହରବାସୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭକାମନା କରିଥିଲେ ।

Leave A Reply

Your email address will not be published.

14 + seven =