csstore

ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ଅଧିକାରୀ ମାନଙ୍କ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ କରିବା ଦାବିରେ ଧର୍ମଘଟ ସୋନପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥି ଯୋଗୁଁ ମଙ୍ଗଳବାର ଦିନ ଜିଲ୍ଲାରେ ବ୍ୟାଙ୍କସେବା ଠପ୍ ରହିଥିଲା । ଜିଲ୍ଲାରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଧର୍ମଘଟ କରିଥିଲା ବେଳେ ୨୩ ତାରିଖରୁ ବିଭିନ୍ନ ଛୁଟି ଦିବସ ମିଶି ୨୭ ତାରିଖ ପର୍ଯ୍ୟନ୍ତ ଦିର୍ଘ ୫ ଦିନ ଧରି ବ୍ୟାଙ୍କ ସେବା ବନ୍ଦ ଯୋଗୁଁ ଗ୍ରାହକମାନେ ସେବା ନ ପାଇ ନାହିଁ ନ ଥିବା ହଇରାଣ ହୋଇଥିବା ଦେଖା ଯାଇଥିଲା । ଧର୍ମଘଟରେ ଏସବିଆଇ ଏସଏ ଭୁବନେଶ୍ଵର ଜୋନାଲ ସମ୍ପାଦକ ବଳଦେବ ମହାପାତ୍ର, ସଂଗଠନ ସମ୍ପାଦକ ବିଦେଶୀ ମେହେର, ଏନସିବିଇ ରିଜିଓନାଲ ସେକ୍ରେଟାରୀ ମୀନକେତନ ପ୍ରଧାନ, ଶୈଳେନ୍ଦ୍ର ସାହୁ, କୁମାର ରାଜହଂସ, ରାକେଶ ଅଗ୍ରୱାଲ, ସୁଶାନ୍ତ ସାହୁ, ଭବାନୀ ପାଣିଗ୍ରାହୀ, ସନ୍ତୋଷ ତ୍ରିପାଠୀ, ଅଜିତ କଣ୍ଠ, ଭୀଷ୍ମଦେବ ମେହେର, ବବଲୁ ମେହେର, ମିତ୍ରଭାନୁ ସାହୁ, ବିନାୟକ ଭୋଇ, ବିକାଶ ବେହେରା, ସୁଜିତ ମେହେର, ମନୋଜ ପଧାନ, ସନ୍ଦୀପ ହୋତା, ଚକ୍ର ମେହେର, ଶୁଭେନ୍ଦୁ ପଣ୍ଡା ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.