ଶିକ୍ଷକ ନିଯୁକ୍ତି ଦାବୀରେ ପାଢେଲ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍କୁଲ ଗେଟ୍‌ରେ ତାଲା ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

  • ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଖୋଲିଲା ତାଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ସର୍ବ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍‌ରେ ତାଳା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ୨୭୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ୍ର ସଂଖ୍ୟା ଅନୁପାତରେ ୮ ଜଣ ଶିକ୍ଷକ ଥିଲେ । କିନ୍ତୁ ମାସେ ହେବ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଯୋଗୁଁ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଅଭିବାଭକ ଓ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ସ୍କୁଲରେ ତାଳା ପକାଇ ଧାରଣା ଦେଇଥିଲେ । ଖବର ପାଇଁ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝୀ ଧାରଣା ସ୍ଥଳକୁ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରୁ ଓହରିଥିଲେ ।

Leave A Reply

Your email address will not be published.

five + nineteen =

error: Content is protected !!