csstore

ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଧାନଘରା ୟୁପି ସ୍କୁଲଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ ଧାନଘରା ୟୁପି ସ୍କୁଲଠାରେ ପ୍ରଧାନ ଶିକ୍ଷକ ଦୁତିଆ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ ସଂଯୋଜକ ଜଗ ମୋହନ ତ୍ରିପାଠୀ ଯୋଗ ଦେଇ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକ କୋଅର୍ଡିନେଟର ତଥା ଡାଏଟ୍ ବଲାଙ୍ଗିରର ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ଯୋଗ ଦେଇ ଶିଶୁ ବାଟିକା ଶ୍ରେଣୀର ଶିକ୍ଷାଦାନକୁ ସମସ୍ତେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସାଧନ କର୍ମୀ ଭାବେ ଯୋଗ ଦେଇ ଜୁଲାଇ ମାସରେ ଥିବା ଶିକ୍ଷଣ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟରୁ ଜୁନ ମାସରେ ଅବସର ଗ୍ରହଣ କରିଥିବା ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କ୍ଲଷ୍ଟର ତରଫରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର, ଗୀତାଞ୍ଜଳି ପ୍ରଧାନ, ସହକାରୀ ଶିକ୍ଷକ ପୂରନ ମେହେର, ପ୍ରଭାତ କିଶୋର ରାଏ, ମୌସମ କୁମାର ମେହେର, ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାଶ, ବିଦ୍ୟୁତ ଲତା ସାହୁ, ଦୁର୍ଗାମଣି ମହାନନ୍ଦ ତଥା ଏଲ୍.ଏଲ୍. ଏଫ୍ ତରଫରୁ ଯେମନ୍ତ ରଣା ଓ ଚନ୍ଦନ ସାହୁ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.