ଧାନ ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ଇ ୪୫୯୦ ନଂ ବିଶିଷ୍ଟ ଟ୍ରାକ୍ଟର ଓଲଟି ପଡିଥିଲା । ଡ୍ରାଇଭର ଜଣକ କୋଟମାଲ ଗ୍ରାମର ପବିତ୍ର ଶବର (୨୫) ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଖଡ଼ିଆଳ ପୋଲିସକୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପୋଲସ ପହଞ୍ଚି ପବିତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ମୃତ୍ୟୁ ହୋଇସାରିଥିଲା । ମୃତକଙ୍କ ପରିବାର ସହାୟତା ଦାବି କରି ପୁଲିସକୁ ଶବ ଦେଇ ନଥିବା ଜଣାପଡ଼ିଛି । ମୃତ ଡ୍ରାଇଭରଙ୍କ ସ୍ତ୍ରୀ ଟିକେମଣି ଶବର ଓ ଦୁଇ ଜଣ ନାବାଳକ ପୁଅ ଅଛନ୍ତି । ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଘଟଣାସ୍ଥଳକୁ ଆସୁନଥିବାରୁ ଉତ୍ତେଜନା ଲାଗି ରହିଛି । ଏନେଇ ଖଡ଼ିଆଳ ଥାନା ଅଧିକାରୀଙ୍କୁ ପଚାରିବାରୁ ପୋଲିସ ଘଟଣା ସ୍ଥଳରେ ଅଛି, ମୃତ ପରିବାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନାହିିଁ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.