ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟିର ଆବାହକ ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ତଥା ସଂସ୍କୃତି ବିଶାରଦ ସୁରେଶ ଷଢଙ୍ଗୀ ଓ ସଂପାଦକ ପ୍ରଶାନ୍ତ ମହାକୁରଙ୍କ ତିନି ଜଣିଆ ଦଳ ଜିଲ୍ଲାପାଳଙ୍କୁ ଦେଖାକରି ଲୋକ ଉତ୍ସବ ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଗୌରବ ଶିବାଜୀ ଏହି ସମୟରେ ଲୋକ ଉତ୍ସବ ପାଳନ ହେବା ନେଇ ପ୍ରତିଶ୍ରୁତି ଦେଇଥିବା କମିଟି ସୂଚନା ଦେଇଛି । ପ୍ରକାଶ ଯେ, ଗତବର୍ଷ ଠାରୁ ଜିଲ୍ଲାରେ ଲୋକ ଉତ୍ସବ ପାଳନ ହେଉନଥିଲା । ଏହାକୁ ନେଇ କଳାକାର ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । କିଛିଦିନ ପୂର୍ବରୁ ସ୍ଥାନୀୟ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଏହାକୁ ନେଇ କଳାକାର ଓ ବୁଦ୍ଧିଜୀବୀମାନେ ଏକ ନିଆରା ପ୍ରତିବାଦ ଜଣାଇଥିଲେ । ଶନିବାର ଦିନ କମିଟିର ଜିଲ୍ଲାପାଳଙ୍କୁ ଦେଖା ପରେ ଲୋକ ଉତ୍ସବକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର କରିବା ସହ ଜିଲ୍ଲାରେ କଳା ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ । କମିଟି ଜିଲ୍ଲାପାଳଙ୍କୁ ଏନେଇ ଧନ୍ୟବାଦ ଦେବା ସହ ସଂପୂର୍ଣ୍ଣ ସହେଯାଗ କରିବେ ବୋଲି କହିଛନ୍ତି ।
Prev Post
Next Post