csstore

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଛେଣ୍ଡସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି । ଉଦ୍‌ଘାଟକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଉଦ୍‌ଘାଟନ କରିଥିଲେ ଯେ ଧାମରା ସଂଘ ଏକ ଅନନ୍ୟ ଅନୁଷ୍ଠାନ, ରାଉରକେଲାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମ ହେଉ ବା ବେସରକାରୀ କାର୍ଯ୍ୟକ୍ରମ ହେଉ ଧାମରା ସଂଘର ସ୍ୱତନ୍ତ୍ରତା ବାରିହୋଇ ପଡେ । ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ସଂଯୋଜକ ରମେଶ ଚନ୍ଦ୍ର ବାରିକ କହିଥିଲେ ଯେ, ଧାମରା ସଂଘ ଦୀର୍ଘ ୩୫ ବର୍ଷ ହେଲା ଏହିଭଳି କାର୍ଯ୍ୟକ୍ରମ କରିଆସୁ ଥିବାରୁ ସଂଘର ସଭାପତି ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତା ଧନ୍ୟବାଦର ପାତ୍ର । ଉପାନ୍ତ ଅଞ୍ଚଳରେ ସାହିତ୍ୟ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିବାରେ ଧାମରା ସଂଘ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି । ଏହି ପ୍ରତିଯୋଗିତାରେ ସଂଗୀତ ବିଭାଗରେ ୬୬ ଜଣ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗଦାନ କରିଥିଲା ବେଳେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, କ୍ଷଣପ୍ରଭା ବିଶୋଇ, ତପସ୍ଵିନୀ ଆଚାର୍ଯ୍ୟ ବିଚାରକ ଭାବେ ଯୋଗଦାନ କରିଥିଲେ । ନୃତ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ୧୭୨ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲା ବେଳେ ସୁଦେଷ୍ଣା ରାଣୀ ରାଉତ, ସାଗରିକା ବଳ, ଗୁରୁ ଦିପକ କୁମାର ଏବଂ ସଚିନ୍ ନାରାୟଣ ବିଚାରକ ଭାବେ ଯୋଗଦାନ କରିଥିଲେ । ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାହିତ୍ୟ ସମ୍ପାଦିକା ନୀରୁପମା ପତିଙ୍କ ସଂଯୋଜନା କରିଥିବା ବେଳେ ଗୌତମ ଦାସ, ଗୀତା ରାଣୀ ବେହେରା, ରମାକାନ୍ତ ପରିଡା, ଅନିନ୍ଦିତା ମାଇତି, ନିତ୍ୟାନନ୍ଦ ବିଶ୍ୱାଳ, ସସ୍ମିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଜ୍ଞାନ ରଞ୍ଜନ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.