pakka

ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

bbehera

ସୋର : ସିମୁଳିଆ ଅଞ୍ଚଳରୁ ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର ହୋଇଥିବା ଖବର ମିଳିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏହି ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛରେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ । ଏପରି ପକ୍ଷୀ ଆଗରୁ ଦେଖି ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ଶୁଣି ଏହି ବିରଳ ପକ୍ଷୀକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ବାହାରୁ ମଧ୍ୟ ଲୋକମାନେ ଆସି ପକ୍ଷୀକୁ ଦେଖିଥିଲେ । ଏହି ପକ୍ଷୀ ତିନୋଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ପକ୍ଷୀଙ୍କୁ ଗଛରେ ଛାଡି ଦେଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 × 5 =