କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୮ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୮ତମ ବାର୍ଷିକ କ୍ରୀଡା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରଥମେ ଗାଁର ଅଧିଷ୍ଠାତ୍ରୀ ଦେବୀ ଛୁଟିଗୁଡି ପୀଠରୁ ମଶାଲ ଆଣି ସଭାସ୍ଥଳରେ ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ସ୍କୁଲ ପରିଚାଳନା ସମିତିର ସଭାପତି ଦୁର୍ଦ୍ଦକ୍ଷ ହଂସ, ଅନୁଷ୍ଠାନର ପୂର୍ବତନ ସଭାପତି ନେତ୍ରାନନ୍ଦ ସଗରିଆ, ଆଲୁମିନି କମିଟିର ସଭାପତି ପୃଥ୍ୱୀରାଜ ବାଗ, କପିଲାଭଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଳ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ସମିତି ସଭ୍ୟ ଅନୀଲ ମାଝୀ, ଅଶୋକ ଛୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଓ ଶିକ୍ଷା ପରସ୍ପର ଛାତ୍ର ଜୀବନ ପାଇଁ ନିତାନ୍ତ ଆବଶ୍ୟକ । ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ । ଏଥିରେ ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ବରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ନୀଳମଣି ବିଶି ଖେଳକୁ ପରିଚାଳନା କରିଥିଲେ । ଏଥିରେ ଶିକ୍ଷକ କିରଣ କୁମାର ପ୍ରଧାନ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଯୋଗୀଚନ୍ଦ୍ର ବିଶି, ରଶ୍ମିରେଖା ମେହେର, ସାରଙ୍ଗଧର ତାଣ୍ଡି, କିରାଣୀ ବୃନ୍ଦାବନ ବେହେରାଙ୍କ ସହ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.