pakka

କାର୍‌-ଅଟୋ ମୁହାଁମୁହିଁ ଧକ୍କା, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଭୁତିଆରବାହାଲ ହନୁମାନ ମନ୍ଦିର ନିକଟରେ କାର୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବଡବନ୍ଧ ଗ୍ରାମର ମେଘ ଚାନ୍ଦ ବୋଲି ଜଣାପଡିଛି । ସୂଚନା ଅନୁସାରେ, ମେଘ ବୁଧବାର ତାଙ୍କ ଶ୍ୱଶୁର ଘର ମୁରିବାହାଲରୁ ଏକ ଅଟୋରେ ସ୍ତ୍ରୀ ଓ ପୁଅକୁ ଧରି ନିଜ ଗାଁକୁ ଫେରୁଥିଲେ । ଭୁତିଆରବାହାଲ ନିକଟରେ ଏକ କାର୍‌ ଓ ଉକ୍ତ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପୁଅ ସୁରକ୍ଷିତ ଥିବା ଜଣାପଡିଛି । ଗତକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

jay balangir
Leave A Reply

Your email address will not be published.

three × five =

error: Content is protected !!