pakka

ବାଇକକୁ ଧକ୍କା ଦେଲା ଡମ୍ପର, ୧ ମୃତ

kalikesh

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଜନମୁରା ଗାଁଠାରେ ବାଇକକୁ ଡମ୍ପର ଧକ୍କା ଦେବାରୁ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତରଥିବା ଜଣାପଡିଛି । ମୃତ ଛାତ୍ର ଜଣକ ଆଲୋକ ଖୁରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋନପୁର ସଦର ମଡେଲ ଡିଗ୍ରୀ କଲେଜର ଆଲୋକ ଖୁରା ଓ ମନୋଜ ଥାପା କ୍ଲାସ ସାରି ବାଇକରେ ଫେରୁଥିଲେ । ଜନମୁରା ଗାଁଠାରେ ଏକ ଡମ୍ପର ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମନୋଜ ଗୁରୁତର ହୋଇଥିଲେ । ମନୋଜଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଘଟଣାର ପୋଲିସ ତଦନ୍ତ କରୁଛି ।

pp
Leave A Reply

Your email address will not be published.

8 + thirteen =