pakka

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗାଁ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁ ମହିଳା ଗୃପଠାରୁ ଋଣ ଟଙ୍କା ଆଦାୟ କରି ନିଜ ଅଫିସକୁ ବାଇକ୍ ଯୋଗେ ଆସୁଥିଲେ । ହଠାତ୍ ୩ ଜଣ ଲୁଟେରା ଏକ ଆପାଚୀ ବାଇକ୍ ଯୋଗେ ଆସି ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁଙ୍କୁ ଅଟକାଇଥିଲେ । ଗୋପବନ୍ଧୁଙ୍କୁ ମାରଣାସ୍ତ୍ର ଦେଖାଇ ମାରପିଟ କରିବା ସହ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ବ୍ୟାଗରେ ଥିବା ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ଗୋପବନ୍ଧୁ ଏ ନେଇ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

6 − four =