jayashree

ଫଟାବାହାଲ–ଯାମୁଟିଆ ମୁଖ୍ୟ ରାସ୍ତାରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଫଟାବାହାଲ–ଯାମୁଟିଆ ମୁଖ୍ୟ ରାସ୍ତାରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଘଟିଛି । ଏଥିରେ ଉପରବାହାଲ ଗାଁର ଛବିନ୍ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବୃନ୍ଦାବତୀ ଓ ୭ ବର୍ଷର ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ବାଇକ୍ ଚାଳକ ସପ୍ନେଶ୍ୱର ପଟେଲ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଛବିନ୍ ସ୍ତ୍ରୀ ଓ ପୁଅଙ୍କ ସହ ଡାଏଲେସିସ୍‌ ପାଇଁ ବଲାଙ୍ଗିର ମେଡିକାଲକୁ ଆସୁଥିଲେ । ଏହି ସମୟରେ ବଲାଙ୍ଗିର ପଟରୁ ଆସୁଥିବା ବାଇକ୍ ସହ ତାଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସମସ୍ତେ ରାସ୍ତାରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଛବିନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ଅପରାହ୍ନ ୧ଟା ସମୟରେ ହସ୍ତାନ୍ତର କରିଛି । ମୃତକଙ୍କ ନେତ୍ରଦାନ କରାଯାଇଥିବା ଜଣାପଡ଼ିଛି । ଘଟଣା ପରେ ଉପରବାହାଲ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.