pakka

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ : ବହୁ ସଂଖ୍ୟାରେ ଜନସାଧାରଣ ହେଲେ ସାମିଲ, ପ୍ରଥମ ଦିନରେ ୨୦ ହଜାରରୁ ଅଧିକ ଦେଲେ ଦସ୍ତଖତ

bbehera

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : “ସ୍କାନ” ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା’ ସମଲେଇ ପୀଠରୁ ପୂଜାର୍ଚନା ପରେ ଶୁଭାରମ୍ଭ ହୋଇଛି । “ସ୍କାନ”ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ ପ୍ରଥମେ ଦସ୍ତଖତ କରି ଏହି ଅଭିଯାନକୁ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବାର୍ତ୍ତାରେ “ଭାରତ ରତ୍ନ” ଉପାଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋତ୍ତମ ଯୋଗ୍ୟ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି । ଆଜି ପ୍ରଥମ ଦିନରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ହୀରାକୁଦ, ବୁର୍ଲା ଓ଼ ସମ୍ବଲପୁରରୁ ପ୍ରାୟ ୨୦ ହଜାରରୁ ଅଧିକ ବ୍ୟକ୍ତି ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇ ଦସ୍ତଖତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉପଦେଷ୍ଟା ପାର୍ବତୀ ସେଠ, “ସ୍କାନ” ଅନୁଷ୍ଠାନର ଅଧ୍ୟକ୍ଷ ତଥା ଏହି ଦସ୍ତଖତ ଅଭିଯାନର ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା, ରାଜ୍ୟ ସଂଯୋଜକ ସରୋଜ ସାହୁ, ଜିଲ୍ଲା ସଂଯୋଜକ ହୀରାଲାଲ ବେହେରା, ରାଜ୍ୟ ପରିଷଦ ସଭ୍ୟ ଇଂ. ଗାନ୍ଧୀ ବେହେରା, ବିଜୁ ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ବିଜେଡି ଜିଲ୍ଲା ଉପସଭାପତି କିରଣ ବେହେରା, ନାରୀନେତ୍ରୀ ସୁରେଖା ସାହୁ, ଭାବେଶ ଚାନ୍ଦ, ସମ୍ପାଦକ କୂଳ ଶେଖର ବାରିକ, ଲଷ୍ମୀ ନାରାୟଣ ପ୍ରଧାନ, ସୂର୍ଯ୍ୟକୁମାର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ସମ୍ବଲପୁର ମହାନଗର ନିଗମ ଅଂଚଳର ସମସ୍ତ ୱାର୍ଡରୁ ଏହି ଦସ୍ତଖତ ଅଭିଯାନ ସୁଚାରୁ ରୂପେ ସୁପରିଚାଳନା ପାଇଁ ସଂଯୋଜକ ଓ ସହସଂଯୋଜକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମା’ ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ରାଜ୍ୟର ୧୪୭ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍‌ଏସି ଅଂଚଳ ସହ ୩୧୪ ବ୍ଲକର ୫୩, ୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯିବା ଓ ଏହା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ଜାନୁଆରୀ ୨୩ ତାରିଖ ଦିନ ସମସ୍ତ ଦସ୍ତଖତ ପତ୍ର ଗୁଡିକୁ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କାରାଯାଇ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ଉପାଧି ପ୍ରଦାନ କରାଯାଉ ବୋଲି ନିବେଦନ କରାଯିବ । ଏହି ଦସ୍ତଖତ ଅଭିଯାନ ଅପରାହ୍ନ ୩ ଘଟିକାରେ ହୀରାକୁଦ ମା’ ସନ୍ତୋଷୀ ମନ୍ଦିର ଛକ ଏବଂ ୫ଟାରେ ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଅନୁଷ୍ଠିତ ହୋଇଥିଲା । ସ୍କାନର ହୀରାକୁଦ ସଂଯୋଜକ ଫକୀର ପ୍ରଧାନ ଏବଂ ବୁର୍ଲା ସଂଯୋଜକ ହୃଷିକେଶ ସ୍ୱାଇଁଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

4 + eight =

error: Content is protected !!