pakka

ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ପାଳିତ ହେଲା ୭୫ତମ ସ୍ୱାଧୀନତା ଦିବସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସିଆର୍‌ପିଏଫ୍‌ର ସମସ୍ତ ଅଧିକାରୀ ଓ ଯବାନ ମାନେ ପତାକା ଉତ୍ତୋଳନରେ ଅଂଶଗ୍ରହଣ କରିଥିବା ବେଳେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ ଏହି ଅବସରରେ ଶ୍ରେଷ୍ଠ ବୀରତ୍ୱ ପ୍ରଦର୍ଶନ କରିଥିବା ଯବାନମାନଙ୍କ ନାମ ଘୋଷଣା କରିଥିଲେ । ୭୫ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କମାଣ୍ଡେଣ୍ଟ ଶ୍ରୀ ସିଂହ ମୌର୍ଯ୍ୟଙ୍କ ସହ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ଭାଗ ନେଇଥିଲେ । ୨୫୦ଟି ମୂଲ୍ୟବାନ ଗଛ ରୋପଣ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧିକାରୀମାନେ ବୃକ୍ଷର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ସଂଧ୍ୟା ସମୟରେ ବାସ୍‌କେଟ୍‌ ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କମାଣ୍ଡେଣ୍ଟ ଶ୍ରୀ ସିଂହ ମୌର୍ଯ୍ୟ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଖେଳାଳୀ ଓ ଦଳକୁ ପୁରସ୍କୃତ କରିଥିଲେ । ଶେଷରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁପାଳନ କରି ବଡ଼ାଖାନାର ଆୟୋଜନ ହୋଇଥିଲା ।

Leave A Reply

Your email address will not be published.

10 + 11 =