pakka

ଉଦଯାପନୀ ଦିବସରେ ଅସ୍ଥାୟୀ ମଣ୍ଡପରେ ରହି ଦେବୀ ଦର୍ଶନ ଦେଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇଆସିଥିବା ଠାକୁରାଣୀ ଯାତ୍ରାର ମଙ୍ଗଳବାର ଅନ୍ତିମ ଦିବସରେ ଯାତ୍ରାସ୍ଥଳ ଖୁବସରଗରମ ହୋଇଥିଲା । ସୋମବାର ସନ୍ଧ୍ୟାରେ ଦେବୀଙ୍କ ଶେଷ ଘଟଯାତ୍ରା ସୀତାରାମପଲ୍ଲୀ ଗ୍ରାମକୁ ଦେବୀଙ୍କ ନଗର ପରିଭ୍ରମଣ ସମାହିତ ହୋଇଥିଲା । ଆଦ୍ୟାଶକ୍ତି ମା’ ରାମାୟାଣାମ୍ମା ଦେବୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଦେବୀଙ୍କ ସ୍ୱତନ୍ତ୍ର ନୀତିକ୍ରାନ୍ତି ଲାଗି ହୋଇଛି । ସକାଳୁ ଶାଶୁଘରୁ ଡାକରା ହେଲାଣି, ମଙ୍ଗଳବାର ଶେଷ ଦର୍ଶନ ମିଳିଛି । ଆଖପାଖ ଅଞ୍ଚଳ ଓ ବହୁ ଦୂରଦୁରାନ୍ତରୁ ଆଶାତୀତ ଭକ୍ତଜନଙ୍କ ପ୍ରବଳ ସମାଗମ ହୋଇଥିଲା । ମଙ୍ଗଳବାର ଦେବୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଦେବୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିବା ବେଳେ ଛତ୍ରପୁର ମୁଖ୍ୟସଡ଼କପଥର ବିଭିନ୍ନ ସ୍ଥାନରେ ନାଟକ, ଥିଏଟର, ସାଂସ୍କୃତିକ କାର୍ଯ୍ୟକ୍ରମ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଦି ପରିବେଷିତ ହୋଇଥିଲା । ଯାହା ଅନ୍ତିମ ଯାତ୍ରାର ଜନସମାଗମକୁ ଦ୍ଵିଗଣିତ କରିଥିଲା । ପୋଲିସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୃଙ୍ଖଳାରକ୍ଷା ନିମନ୍ତେ ପହରା ବ୍ୟବସ୍ଥା ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଦେବୀଙ୍କ ଶୁଭାଶିଷ ପାଇବାପାଇଁ ଦେବୀଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତିମୟ କରି ସ୍ଥାନଟି ଚଳଚଞ୍ଚଳ ସୃଷ୍ଟି କରିଛି । ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଭକ୍ତଜନ ଦେବୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ମାସବ୍ୟାପି ସମାହିତ ହୋଇଆସିଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ମା’ ରାମାୟାଣାମ୍ମା ଦେବୀଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଜୁନ ୭ ତାରିଖରେ ଉଦଯାପିତ ହୋଇଥିବା ହେତୁ ଶେଷ ରାତ୍ରି ସହରଟିସାରା ପ୍ରବଳ ଜନସମାଗମ ହୋଇବା ବେଳେ ସର୍ବୋପରି ଶେଷଦିନରେ ମାଆ ଅସ୍ଥାୟୀ ମଣ୍ଡପରୁ ଜନ୍ମବେଦୀ ବାହୁଡିବା କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ଅନେକ ସେବାୟତ, ଭକ୍ତମାନେ ଦୁଃଖପ୍ରକାଶ କରି ଚକ୍ଷୁରୁ ଲୋତକ ଝରାଇଥିବା ଏକ ନିଆରାଦୃଶ୍ୟ ଅନେକ ମାତ୍ରାରେ ହୃଦୟସ୍ପର୍ଶୀ କରେ । ପ୍ରତି ଦୁଇବର୍ଷର ବ୍ୟବଧାନରେ ଏହି ପାରମ୍ପରୀକ ଯାତ୍ରା ପାଇଁ ଅବାଳବୃଦ୍ଧ ବନିତା, ନରନାରୀ ଅପେକ୍ଷାରେ ରହିବେ । ଭକ୍ତିନୈବେଦ୍ୟ ସାଂଗକୁ ଆରାଧ୍ୟଦେବୀ ମା’ ରାମାୟାଣାମ୍ମାଙ୍କ ଶୁଭ ମଙ୍ଗଳବାରରେ ଶୁଭ ଶୁଭମନାସୀ କାମନା କରୁ, ଯାହା ସମାଜର ମଧ୍ୟ ଶୁଭଙ୍କରୀ ହେଉ ବୋଲି ସାଧାରଣରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

2 × five =

error: Content is protected !!