pakka

ହସ୍ତତନ୍ତ ଜାତୀୟ ପୁରଷ୍କାର ବିଜେତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ

bbehera

ଭୁବନେଶ୍ୱର : ହସ୍ତତନ୍ତ ଜାତୀୟ ପୁରସ୍କାର ବିଜେତା ତଥା ବରଗଡ଼ ଜିଲ୍ଲା ସ୍ଥିତ ଲକି ହାଣ୍ଡୁଲୁମ୍ସ୍ ମୁଖ୍ୟ ସଞ୍ଜୟ ମେହେର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ମେହେର ଉକ୍ତ ଚେକକୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ରିତା ସାହୁଙ୍କ ମାଧ୍ୟମରେ ପ୍ରେରଣ କରିଥିଲେ । ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଶ୍ରୀ ମେହେରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରତ୍ତୋର ମଙ୍ଗଳ କାମନା କରିଥିଲେ ।

Leave A Reply

Your email address will not be published.

2 × five =