csstore

ଦଳି ଦେଲା ଦନ୍ତା : ମହିଳା ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜଣେ ମହିଳାଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଡ଼ଙ୍ଗାଭଟା ଗାଁରେ ଆଜି ରାତିରେ ସ୍ୱାମୀ ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଏବଂ ପତ୍ନୀ ପ୍ରତିମା ଷାଣ୍ଢ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ହଠାତ୍‌ ଏକ ଦନ୍ତା ହାତୀ ଘର ଭାଂଗି ଘରେ ଥିବା ତିନି ଚାରି ପ୍ୟାକେଟ୍‌ ଚାଉଳ ଖାଇବା ପରେ ପ୍ରତିମା ଷାଣ୍ଢ(୫୮)ଙ୍କୁ ଦଳି ମାରି ଦେଇଥିଲା । ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଘଟଣା ସ୍ଥଳରୁ ଦୌଡ଼ି ପଳାଇ ପ୍ରାଣ ବଂଚାଇଥିଲେ ମଧ୍ୟ ପ୍ରତିମାଙ୍କୁ ଦଳି ଦେଇଥିଲା ଦନ୍ତା । ଲରମ୍ଭା ଥାନା ପୋଲିସ ଓ ବନ ବିଭାଗ ଅଧିକାରୀ ତଥା କର୍ମଚାରୀମାନେ ଏବେ ଘଟଣା ସ୍ଥଳରେ ପହଂଚି ଥିବା ବେଳେ ବର୍ତ୍ତମାନ ମଧ୍ୟ ଶବ ପଡ଼ିରହିଛି । ଗାଁ ନେତା ଓ ଲୋକଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.