csstore

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ପ୍ରଖର ଅବସ୍ଥାରେ ରହିଛି । ଉକ୍ତ ବିଷୟକୁ ଦୃଷ୍ଟିରେ ରଖି ପାଟଣା ହୋଟେଲ ଛକଠାରେ ଆଜି କୁଲତା ସମାଜ ତରଫରୁ ଗ୍ରୀଷ୍ମ ପ୍ରବାହ ଓ ଶୀତଳଷଷ୍ଠୀ ଶୋଭାଯାତ୍ରା ଉପଲକ୍ଷେ ୮ତମ ବର୍ଷରେ ଦହିପାଣି ଓ କଦଳୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୁଲତା ସମାଜ ସଭାପତି ରବିନ୍ଦ୍ର କୁମାର ପଧାନ, ସମ୍ପାଦକ ବିଦେଶୀ ପଧାନ, ପୂର୍ବତନ ସମ୍ପାଦକ ଶାନ୍ତନୁ ଭୋଇ, ଜିଲ୍ଲା ସଭାପତି କୁଲତା ସମାଜ ହର୍ଡାଟାଲ କେନ୍ଦ୍ରର ବେଲାର ସିଂ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଉକ୍ତ କାର୍ଯ୍ୟରେ ପୂର୍ବତନ ସଭାପତି ସୁରଥ ପଧାନ, ରାସବିହାରୀ ମାଝି, ଉପସଭାପତି ଜ୍ୟୋସ୍ନାମୟୀ ପଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କାର୍ଯ୍ୟକାରୀ ସଦସ୍ୟ ଶାନ୍ତନୁ ପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ସୁଧିର କୁମାର ଭୋଇ, ରାମଚନ୍ଦ୍ର (ସୂର୍ଯ୍ୟ) ଭୋଇ, ଯୁବ କାର୍ଯ୍ୟକର୍ତ୍ତା ସୁଦର୍ଶନ ସାହୁ, ସୁନିଲ କୁମାର ମାଝୀ, ବିକାଶ ପଧାନ, ସଂଜିବ ସାମଲ, ଶ୍ରୀନିବାସ ସାହୁ, ଜିତେନ୍ଦ୍ର ଭୋଇ, ସତ୍ୟବ୍ରତ ଗଡତିଆ, ଲକ୍ଷ୍ମଣ କୁମାର ବିଶ୍ୱାଳ, ସଂଜୟ ଶେଖର ଭୋଇ, ଅଗ୍ନି ପଧାନ, ଶିରୋମଣୀ ସାହୁ, ସନ୍ତୋଷ ସାହୁ, ସବ୍ୟସାଚୀ ଭୋଇ, କୁନି ସମାଜସେବୀ ପ୍ରତ୍ୟାଶା ଭୋଇ, ସ୍ୱୟଂ ଶେଖର ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କୁଲତା ସମାଜର କାର୍ଯ୍ୟକୁ ଦେଖି ବଲାଙ୍ଗିର ସହରର ଗଣ୍ୟମାନ୍ୟ ବ୍ୟକ୍ତି ଓ ଜନସାଧାରଣ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.