ଖପ୍ରାଖୋଲରେ ଉଦ୍ଧାର ହେଲେ ନାବାଳକ ସହ ଦାଦନ ଶ୍ରମିକ : ସର୍ଦ୍ଦାର ଅଟକ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ପୋଲିସ ଦ୍ୱାରା ଜଣେ ନାବାଳକ ସହିତ ୨୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ଦାଦନ ସର୍ଦ୍ଦାର ଏବଂ ଗାଡ଼ିକୁ ଅଟକ ରଖିଥିବା ପ୍ରକାଶ । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏଏସ୍ଆଇ ଶମ୍ଭୁନାଥ ଠାକୁର ଏବଂ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୋଲେରୋ (ଓଡି୦୩ ଏଲ୍୮୫୩୦) ରେଙ୍ଗାଲି ଗାଁ ପଟୁ ଦାଦନ ଶ୍ରମିକଙ୍କୁ ଖପ୍ରାଖୋଲ ନେଇ ଯାଉଥିବା ଖବର ପାଇଥିଲେ । ସୋମବାର ଭୋର୍ ପ୍ରାୟ ୪.୩୦ ସମୟରେ ଘୁଚାପାଲି ନିକଟରେ ଗାଡିକୁ ଅଟକାଇ ଥିଲେ । ପଚରାଉଚରା କରାଯିବା ପରେ କଣ୍ଟାବାଞ୍ଜି ଅଞ୍ଚଳର ଦାଦନ ସର୍ଦ୍ଦାର କିଶୋର ଶର୍ମା ସେମାନଙ୍କୁ ହାଇଦ୍ରାବାଦ ପଠାଉଥିବା ଜଣା ପଡିଥିଲା । ଶର୍ମାଙ୍କ ପାଖରେ ଶ୍ରମିକ ଚାଲାଣ ନେଇ କୈାଣସି କାଗଜପତ୍ର ନଥିବା ସୂଚନା ମିଳିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଏସ୍ଆଇ ପଞ୍ଚାନନ ନେଗୀ ତଦନ୍ତ ଦାୟିତ୍ୱ ନେଇଛନ୍ତି ।

Leave A Reply

Your email address will not be published.