csstore

ନାବାଳିକାଙ୍କୁ ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଦବ ସମାଜ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ତୁରେକେଲା, (କୈଳାଶ ସଗ୍ରିଆ) : ନାବାଳିକାଙ୍କୁ ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଦବ ସମାଜ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖର୍ଲି ଗାଁରେ ଗତମାସ ୨୬ ଜୁଲାଇ ନବମ ଶ୍ରେଣୀ ଛାତ୍ରୀ ଭୂମିସୂତା ଭଇଶାଲ (୧୪)ଙ୍କୁ ଜଙ୍ଗଲି ଲତାରେ ତଣ୍ଟି ଚିପି ହତ୍ୟା ମାମଲାରେ କେବଳ ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରି ନଥିବାରୁ ତୁରେକେଲା ବ୍ଲକ ଯାଦବ ସମାଜ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସପ୍ତାହେ ମଧ୍ୟରେ ଦୋଷିମାନଙ୍କୁ ଗିରଫ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ବ୍ଲକ୍ ସଭାପତି ଯୁଧିଷ୍ଠିର ଜାଲଙ୍କ ନେତୃତ୍ୱରେ ଲାଭ ବାଗ, ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମହାକୁଡ଼, ସମାଜସେବୀ ଲାଲକୃଷ୍ଣ ସେଲମା, ମହୁଲପାଟି ସଭାପତି ଜୟଦେବ ଷଣ୍ଢ, ଘୁନେଶ ସଭାପତି ବଦନ ହନ୍ସ, ହିଆଲ ସଭାପତି ଡମବୁଢା ଗହିର, ଚଟୁଅନକା ସଭାପତି ହଳଧର ନିଆଲ, ଝରଣି ସଭାପତି କିଶୋର ଟାହାଣି, ଚମ୍ପେଶର ନାଗ, ଧୁବଲେ ହନ୍ସ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.