om academy

ବାଙ୍ଗାଲୁରୁଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସତସଙ୍ଘ ସାମାରୋହ ଆୟୋଜିତ

jsm

ବାଙ୍ଗାଲୁରୁ, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଙ୍ଗାଲୁରୁଠାରେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତୀତ ଓଡ଼ିଆ ଲୋକଙ୍କୁ ନେଇ ଏକ ସଂଗଠନ ସ୍ଥାପନ ହୋଇଅଛି । ଶ୍ରୀ ଶ୍ରୀ ଅଭିରାମ ଭକ୍ତସେବା ଗୋଷ୍ଠୀ ୟାଜମାନ ଲେ-ଆଉଟ, ବେଗୁର, ଦ୍ୱିତୀୟ ଫ୍ଲୋର, ୬୧, ନବମ ଛକି, ବାଙ୍ଗାଲୁରୁ- ୫୬୦୦୬୮ ଠାରେ ପ୍ରତିଷ୍ଠିତ ହୋଇଥିବା ବେଳେ ପ୍ରତି ରବିବାର ଦିନ ଠାକୁରଙ୍କ ସାପ୍ତାହିକ ସତସଙ୍ଘ ସଂଗଠିତ ହୋଇ ଆସୁଅଛି । ଏହା ଯେ’ ଉତ୍କଳୀୟ ଧର୍ମ-ପରମ୍ପରାର ପ୍ରଚାର ପ୍ରସାର ହୋଇ ବାଙ୍ଗାଲୁରୁ ମହାନଗରୀକୁ ଉଦ୍‌ଜୀବିତ କରାଇବାରେ ଏହି ସଂଗଠନ ଯଥେଷ୍ଟ ସହାୟକ ହୋଇଛି । ଫଳରେ ଏଠାକାର ଲୋକଙ୍କୁ ହିନ୍ଦୁ ଧର୍ମର ଜାଗରଣ ଓ ଉତ୍କଳୀୟ ବୈଷ୍ଣବ ରୀତିନୀତି, ସତ୍ୟସନାତନ ଧର୍ମ ଭାବରେ ଜାଗୃତି କରି ଗଢ଼ିତୋଳି ଆଣିବାରେ ପଥ ଉନ୍ମୁକ୍ତ ହୋଇଛି । ଉକ୍ତ ଭକ୍ତିବାଦ ସଂଗଠନ ତଥା ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ୧ମ-ବାର୍ଷିକୀ ସାମାରୋହ ଗତ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାବାଜୀ ସନାତନ ଦାସ, ନୀଳମଣି ଦାସ, ପରମେଶ୍ୱର ଦାସ ମହାରାଜ ପ୍ରମୁଖ ଓଡ଼ିଶାରୁ ବହୁ ସାଧୁସନ୍ଥ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ଵଶ୍ରୀ ସଞ୍ଜୟ କୁମାର ମଲ୍ଲିକ, ପ୍ରମୋଦ ମଲ୍ଲିକ, ଭୂବନ ସାମଲ, ପି.କିଶୋର କୁମାର ନାଇଡୁ, ବିଶ୍ୱ ରଞ୍ଜନବିଶ୍ୱାଳ, ଜ୍ଞାନରଞ୍ଜନ ଭାଇ, ମୀନାକ୍ଷୀ ଦାସ, ଶରତ ନାୟକ ପ୍ରମୁଖ ଏଠାକାର କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇଥିଲେ । ବାସ୍ତବିକ ଓଡ଼ିଶାରୁ ଯାଇ ସେଠାକାର କର୍ମକ୍ଷେତ୍ରରେ ନିୟୋଜିତ ହୋଇଥିବା ଓଡ଼ିଆ ଗୋଷ୍ଠୀ ଉତ୍କଳୀୟ ଧର୍ମ ପରମ୍ପରା ବଜାୟରଖି ଆସିଥିବା ଉଦ୍ୟକ୍ତାଗଣଙ୍କ ଏତାଦୃଶ ମହତପୂର୍ଣ୍ଣ ଧାର୍ମିକଚେତନା କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦର ବିଷୟ ହୋଇଛି ।

Leave A Reply

Your email address will not be published.