om academy

ଅମୃତ କଳସ ଜୁଏଲେରୀରେ ଡକାୟତ ଘଟଣା : ପାଟଣାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ

jsm
  • ଘଟଣାଟି ପାଟଣାଗଡ଼ ଉପଖଣ୍ଡର ପ୍ରତ୍ୟେକ ବାସିନ୍ଦାଙ୍କ ବିବେକକୁ ଥରାଇ ଦେଉଛି : ବଣିକ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ତଥା ଉପଖଣ୍ଡରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ଦିନକୁ ଦିନ ଲୁଟ ଡ଼କାୟତି ଘଟୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ ୫ ଅଗଷ୍ଟ ଦିନ ମୁକେଶ କୁମାର ଜୈନଙ୍କ ଅମୃତ କଳସ ଜୁଏଲେରୀ ସୋ’ରୁମରୁ ଦିନ ଦ୍ଵିପହରରେ ଭୟଙ୍କର ଡକାୟତ ଘଟଣା ଘଟିଥିଲା । ଏହି ଘଟଣାଟି ପାଟଣାଗଡ଼ ସବ୍ ଡିଭିଜନର ପ୍ରତ୍ୟେକ ବାସିନ୍ଦାଙ୍କ ବିବେକକୁ ଥରାଇ ଦେଇଛି ବୋଲି ବଣିକ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଉକ୍ତ ଡକାୟତ ଘଟଣାଟି କେବଳ ଏକ ଘଟଣା ନୁହେଁ ଦିନକୁ ଦିନ ଅପରାଧର ଡିଗ୍ରି ଏବଂ ତୀବ୍ରତା ବୃଦ୍ଧିପାଉଛି ବୋଲି ବଣିକ ସଂଘ ତିବ୍ର ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଅଡୁଆରେ ଥିବା ପୋଲିସ ଏବଂ ପ୍ରଶାସନ ସେମାନଙ୍କ ଦାୟିତ୍ୱ ଠିକ୍ ଭାବରେ ପାଳନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଅମୃତ କଳସ ଜୁଏଲେରୀର ଜଣେ ନିରୀହ ମାଲିକ ମୁକେଶ କୁମାର ଜୈନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଏବଂ ବହୁପରିମାଣର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ବେଳେ ଆଖପାଖରେ ପୋଲିସ ଓ ପ୍ରଶାସନର ଭୟ ନାହିଁ ସଂପୂର୍ଣ୍ଣ ଅରାଜକତା ହୋଇପଡିଛି ତୁରନ୍ତ ଜନସାଧାରଣଙ୍କ ପାଇଁ ଆଇନ ଶୃଙ୍ଖଳା ସୁରକ୍ଷାର ସମାଧାନ ଦିଗରେ ଓ ଡକାୟତ ଘଟଣାରେ ସଂପୃକ୍ତ ଅପରାଧି ମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବଣିକ ସଂଘ ରାଜ ରାସ୍ତାକୁ ଉହ୍ଲାଇବ ବୋଲି ସଭାପତି ରାଜେଶ କୁମାର ମେହେର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଉପସଭାପତି ମନୋଜ କୁମାର କୁଦେଇ, ସଂପାଦକ ପ୍ରଫୁଲ୍ଲ କୁମାର ମେହେର, ସହ ସଂପାଦକ ବିଶ୍ବଜିତ ପଣ୍ଡା, କୋଷାଧ୍ୟକ୍ଷ ମୁକେଶ କୁମାର ସାହୁଙ୍କ ସମତେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.