ଟିଟିଲାଗଡରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଏକ ବୃହତ ଉପଖଣ୍ଡର ସଦର ମହକୁମା ଓ ପୌର ପରିଷଦ ମାନ୍ୟତାରେ ଓଡିଶାର ଏକ ପ୍ରମୁଖ ସହର ଅଟେ । ଏହି ସହର ତା’ର ସାଂସ୍କୃତିକ ଗରିମା ନେଇ ସର୍ବତ୍ର ପ୍ରଶଂସିତ । ସଂପ୍ରତି ଜିଲ୍ଲାର ରାଜନୈତିକ ମାନଚିତ୍ର ପାଇବାକୁ ଦାବୀଦାର ଉପଖଣ୍ଡ ଭାବେ ଜଣାଶୁଣା । ସହର ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ ଶତାଧିକ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଅନୁଷ୍ଠାନମାନ ଦୀର୍ଘ ବର୍ଷରୁ ନିଜ ନିଜ ଆଦର୍ଶକୁ ନେଇ କାର୍ଯ୍ୟରତ । ବର୍ଷର ବାରମାସ ଏହି ଅନୁଷ୍ଠାନମାନେ ବିଭିନ୍ନ ସଭା ସମିତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାଆନ୍ତି, କିନ୍ତୁ ସହର ମଧ୍ୟରେ ଗୋଟିଏ ସାଂସ୍କୃତିକ ଭବନ ନଥିବାରୁ ସମସ୍ତେ ହଇରାଣ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ଅଧିକନ୍ତୁ ସାଂସ୍କୃତିକ ବସତିର ଅଭାବ ଥିବାରୁ ଅନୁଷ୍ଠାନମାନଙ୍କୁ ଆର୍ଥିକ ଓ ମାନସିକ ଚାପ ସହ୍ୟ କରିବାକୁ ହୁଏ ବୋଲି ମତ ପ୍ରକାଶ ପାଇଛି । ଦୀର୍ଘ ଦିନର ଏହି ଅଭାବକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଏକ ସ୍ମାରକପତ୍ର କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡର ସଭାପତି ଦିଲିପ କୁମାର ପଶାୟତ ଓ ବରିଷ୍ଠ ନାଗରିକ ସଂଘର ସଭାପତି ସେବକ ଚରଣ ଦାଶ ତଥା ସଂପାଦକ ଭିକାରି ଚରଣ ମିଶ୍ର ପ୍ରଦାନ କରି ଆଲୋଚନା କରିଥିଲେ । ସାଂସଦ ଏଥିପ୍ରତି ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ । ଏହି ଅବସରରେ କୋସଲି ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରି ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

13 − three =