pakka

ଗରିବସେନା ସଂଗଠନ ପକ୍ଷରୁ ମହୁଲ ଦରଦାମ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସୀମାନ୍ତ ଅଞ୍ଚଳରେ ଅନେକ ଆଦିବାସୀ ଲୋକେ ବସବାସ କରନ୍ତି । ଅନେକ ପରିବାର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟକୁ ବିକ୍ରି କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । ସେହିପରି ମହୁଲ ଫୁଲ ମଧ୍ୟ ଅନ୍ୟତମ ଆଦିବାସୀ ପରିବାର ବହୁତ କଷ୍ଟ ସହି ୩ ମାସ ଖରା ତାତି ସହି ମହୁଲ ସଂଗ୍ରହ କରିଥାନ୍ତି । ହେଲେ ବିକ୍ରି ସମୟରେ ୨୦ ଟଙ୍କା କେଜି ଭିତରେ ବିକ୍ରି କରନ୍ତି । ଯାହା ସେମାନଙ୍କ ପାରିଶ୍ରମିକ ମୂଲ୍ୟ ବହୁତ୍ କମ୍ ହୋଇଥାଏ । ତେଣୁ ଆଜି ଗରିବ ସେନା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ମହୁଲ ଫୁଲର ଦରଦାମ ବୃଦ୍ଧି କରିବା ପାଇଁ ବଙ୍ଗୋମୁଣ୍ଡା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହାର ନିର୍ଦ୍ଧାରିତ ମୂଲ୍ୟରୁ କମ୍ ଟଙ୍କାରେ କ୍ରୟ କଲେ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ରଖିଛନ୍ତି ଗରିବ ସେନା ସଦସ୍ୟ । ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ପରୀକ୍ଷିତ ଦୀପ, ଭକ୍ତ ରାମ ମାଝୀ ଓ ଦିନେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 − two =