pakka

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ଘଟଣା : ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ ନେଇ ସରପଞ୍ଚ ସଂଘରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କାର୍ଯ୍ୟରତ ଶାନ୍ତ ଶିଷ୍ଟ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଚଳିତ ମାସ ୫ ତାରିଖରେ ସୋଲବନ୍ଦ ପଞ୍ଚାୟତ ଅନ୍ତର୍ଗତ ବନକାବିରର ଏକ କପା କିଆରୀରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ପ୍ରଶାସନ ହତ୍ୟାକାରୀଙ୍କୁ ଧରିବାରେ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୌଣସି ରାଜନେତାଙ୍କ ଚାପରେ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଆଜି ପାଟଣାଗଡ଼ ସରପଞ୍ଚ ସଂଘ ପକ୍ଷରୁ ସଭାପତି ତୁଳସିରାମ ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ହତ୍ୟାକାରୀକୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ଉଲ୍ଲେଖ କରାଯାଇଥିଲା । ଏଥିସହ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପାଇଁ କୁହାଯାଇଥିଲା । ଏହି ଦାବୀପତ୍ର ପ୍ରଦାନ ସମୟରେ ଯୋଗୀମୁଣ୍ଡା ସରପଞ୍ଚ ମମତା ପ୍ରଧାନ, ଗଙ୍ଗସାଗର ସରପଞ୍ଚ ଇନ୍ଦ୍ରମଣି ହରିପାଲ, ଇନପୁର ସରପଞ୍ଚ ଝୁଲି ବେହେରା ଓ ମଣ୍ଡମହୁଲ ସରପଞ୍ଚ ସୁଦର୍ଶନ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

2 × four =