jayashree

ପାଟଣାଗଡ଼ ଯାଦବ ସମାଜର ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ଜନୈକ ବ୍ୟକ୍ତିଙ୍କୁ ଅସିଦ୍ଧ ଘୋଷଣା ଦାବୀରେ ଯାଦବ ମହାସଭା ଜିଲ୍ଲା ସମ୍ପାଦକ, ମୁଖ୍ୟ ଉପଦେଷ୍ଟାଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ପାଟଣାଗଡ଼ ବ୍ଳକରେ ବ୍ଳକ ଯାଦବ ମହାସଭା ଗତ ତା ୫/୧୨/୨୦୨୧ ଦିନ ବିନା ନୀତି ନିୟମରେ ଏକ ସଭାପତି ଗଠନ କରି ଯାଦବ ମହାସଭାର ନୀତି ବିରୋଧୀ କାମ କରୁଛନ୍ତି ବୋଲି ପାଟଣାଗଡ଼ ବ୍ଳକ ଯାଦବ ସମାଜ କାର୍ଯ୍ୟକାରୀ ଉପସଭାପତି, ସଭାପତି ଦୟାନିଧି ବାଗ ଓ ସହସମ୍ପାଦକ ଲକ୍ଷ୍ମଣ ବନଛୋର ପ୍ରମୁଖ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ଜିଲ୍ଲା ସଂପାଦକ, ମୁଖ୍ୟ ଉପଦେଷ୍ଟାଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୫/୧୨/୨୦୨୧ରେ ଇନ୍ଦୁପୁର ଗ୍ରାମରେ ଗଠନ କରାଯାଇଥିବା ଯାଦବ ମହାସଭାର ପାଟଣାଗଡ ବ୍ଳକର ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ଜନୈକ ବ୍ୟକ୍ତିଙ୍କୁ ଅସିଦ୍ଧ ଘୋଷଣା କରିବାକୁ ଦାବୀ କରିଛନ୍ତି । ଯଦି ଯାଦବ ସମାଜର ମୁଖ୍ୟ ଲୋକ ନୀତି ନିୟମ ବିରୁଦ୍ଧରେ କାମ କରିବେ, ତେବେ ଆମେ କାହାକୁ ଭରସା କରି ସମାଜର ଅନ୍ୟମାନଙ୍କୁ ସାମାଜିକ ନୀତି ନିୟମ ପାଳନ ପାଇଁ କହିବୁ, ତେଣୁ ଏପରି ବ୍ୟକ୍ତି ବିଶେଷମାନେ ଯାହାକୁ ବାଛିବେ ସେମାନେ ନିତାହି ଭାବରେ ସମାଜକୁ କଳଙ୍କିତ, ନୀତି ନିୟମ ବିରୁଦ୍ଧ, କୁଶାସକ, ହିଂସୁକ, ବ୍ୟକ୍ତିଙ୍କୁ ବାଛିବା ଯାହାର ପ୍ରକୃଷ୍ଟ ଉଦାହରଣ ପାଟଣାଗଡ଼ ବ୍ଳକ ଯେଉଁଠି ସଭାପତି ହିଁ ବଛାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଗଠନ କରାଯାଇଥିବା ନୂତନ ସଭାପତିଙ୍କୁ ଅସିଦ୍ଧ ଘୋଷଣା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାଜକୁ କଳଙ୍କରୁ ମୁକ୍ତି କରି ଯାଦବ ମହାସଭା ସାମାଜିକ ନିୟନ୍ତ୍ରଣାଧୀନ ସମାଜ ଗଠନ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ପାଟଣାଗଡ଼ ବ୍ଳକ ଯାଦବ ମହାସଭାର ବାଲିପଟା ଗ୍ରାମର ଶତୃଘ୍ନ ନାଗ, ଯୋଗିମୁଣ୍ଡାର ନିରାକାର ହାତୀ, ଧାତୁକ ଶୁକଦେବ ବାଗ, ପଣ୍ଡାମୁଣ୍ଡା ଗଣେଶ ଭୋଇ, ବନାଇମୁଣ୍ଡା ହରିଶ୍ଚନ୍ଦ୍ର ଫରୁଆ, ମରୁଆଁର ଟଙ୍କଧର ଭୋଇ, ଖୁଣ୍ଟସମଲାଇର ମଙ୍ଗନ ଥପା, ବରପଦରର ପୂର୍ଣ୍ଣଚନ୍ଦ୍ର ଭୋଇ, ସାଲେପାଲିର ମଦନ ଥପା, ସୁନାମୁଦିର ଟଙ୍କଧର ବାଗ, ତମିଆଁ ଗ୍ରାମ ପଞ୍ଚାୟତର ସଭାପତି ଜୀବର୍ଧନ ପୋଢ, ଡାଙ୍ଗବାହାଲର କବି ପୋଢ, ଭରତ ବାହାଲର ଆନନ୍ଦ ନାଗ, ଭଇଁଷାର ରଘୁମଣି ପୋଢ, ଗଙ୍ଗାସାଗରର ଦେବହରୀ ଷାଣ୍ଢ ପ୍ରମୁଖ ଲିଖିତ ପତ୍ରରେ ଦାବୀ କରିଛନ୍ତି ।

Leave A Reply

Your email address will not be published.