jayashree

ଲୋଇସିଂହାରେ ସେବା ସଂକଳ୍ପ ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସର୍ଜନ ନେଗୀ, ଟ୍ରାଫିକ ଇନ୍ସପେକ୍ଟର ଯଶୋବନ୍ତ ଚିନାରା, ଜୁନିଅର ଏମ୍‌ଭିଆଇ ପ୍ରଶାନ୍ତ କୁମାର ପାଢ଼ୀ, ପଦ୍ମିନୀ ନାଏକ, ବୁଲୁ ମେହେର, ଭକ୍ତଚରଣ ନାଏକ, କଲ୍ୟାଣୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ଚେତାବନୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜୁନିଅର ଏମ୍‌ଭିଆଇ ଶ୍ରୀ ପାଢ଼ୀ ନିରାପଦ ରାସ୍ତା ତଥା ଟ୍ରାଫିକ ନିୟମ ବାବଦରେ ଭିଡିଓ ଓ ପିପିଟି ମାଧ୍ୟମରେ ଉପସ୍ଥିତ ଛାତ୍ରଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ପ୍ରଧାନଶିକ୍ଷକ ସର୍ଜନ ନେଗି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.