csstore

ଲୋଇସିଂହା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତିନୋଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ତେବେ ଏହି ଡାକ୍ତରଖାନାର ଆମ୍ବୁଲାନ୍ସ ସେବା କଥା କହିଲେ ନ ସରେ । ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଡି ଷ୍ଟାର୍ଟ ନ ହୋଇ ଧୋକା ଦେଇଥିବା ନଜିର ରହିଛି । ତେଣୁ ଏହି ଡାକ୍ତରଖାନାକୁ ଏକ ନୂତନ ଆମ୍ବୁଲାନ୍ସ ଯୋଗାଇ ଦେବା ସକାଶେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂହା ବ୍ଲକ ବିଜେଡି ସଭାପତି ତଥା ୩୩ ନଂ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ହୃଦୟାନନ୍ଦ ବେହେରା, “ଆତ୍ମା”ର ପୂର୍ବତନ ଅଧ୍ୟକ୍ଷ ମନୋଜ ପଧାନ ପ୍ରମୁଖ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଆଗାମୀ ଦିନରେ ଆମ୍ବୁଲାନ୍ସ ପ୍ରଦାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.