jsm

ଓଡିଶା ପ୍ରାଥମିକ ଶିକ୍ଷକ ସଂଘଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ବ୍ଲକର କର୍ମକର୍ତ୍ତା ନୂଆ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲିପ କୁମାର ଯୋଷୀଙ୍କୁ ସ୍ୱାଗତ କରିଥିଲେ ଏବଂ ମାନନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଶିକ୍ଷା ମନ୍ତ୍ରୀ ଓ ମାନନୀୟା ଶିକ୍ଷା ସଚିବକୁ ଏକ ଦାବିପତ୍ର ଦିଆଯାଇଥିଲା । ଏହି ଦାବିପତ୍ରରେ ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମ ୨୦୧୯ ଅନୁସାରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ପାଇଁ ଅନୁରୋଧ କରାଯାଇଛି । ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କ ପାଇଁ ଓଟିଇଟି ଲାଗୁ କରିବା ଅର୍ଥ ସରକାରୀ ନିୟମକୁ ଖିଲାପ କରିବା । ତେଣୁ ଭି (ଏ) ରୁ ଭି (ବି) କୁ କିମ୍ବା ସମସ୍ତ ପ୍ରକାରର ପଦୋନ୍ନତିରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଯିଏ ଓଟିଇଟି କରୁ ବା ନ କରୁ ସମସ୍ତଙ୍କୁ ପଦୋନ୍ନତି ଦେବା ପାଇଁ ସଂଘ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଓପିଟିଏର ଜିଲ୍ଲା ସଂପାଦକ କୈଶ୍‌ ରସୁଲ ଖାନ, ଏୟୁପିଟିଏଫ୍‌ ର ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ଓପିଟିଏର ବ୍ଲକ ସଭାପତି ମହାଦେବ ମେଶ୍ୱା, ସମ୍ପାଦକ ପ୍ରଦୀପ ପ୍ରଧାନ, ବସନ୍ତ କୁମାର ବୁଡେକ, ଭରତ ମହାକୁର, କୌଶଲ୍ୟା ସାହୁ, ଉତ୍ତମା ବାଗ, ବିନୋଦିନି ରଣା, ଗୋପାଳଜୀ ଚୈାଧୁରି, ଜ୍ଞାନ ବେହେରା ଇତ୍ୟାଦି ବହୁ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.