jsm

ଏବିଭିପି ଓଡ଼ିଶା ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସରଙ୍କୁ ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀପତ୍ର ପ୍ରଦାନ

csstore

ସମ୍ବଲପୁର : ଏବିଭିପି ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତଲଙ୍କୁ ଭେଟି ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଧ୍ୟାନ ରଖିବାକୁ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ବିହାରୀ ପଣ୍ଡା, ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରମୁଖ ଏମ୍‌ପି ଜ୍ୟୋତିପ୍ରକାଶ, ରାଜ୍ୟ କାର୍ଯ୍ୟ ସମିତି ସଦସ୍ୟ ଅନୀଲ ସାହା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ବେହେରା, ବୁର୍ଲା ନଗର ସମ୍ପାଦକ ବିକାଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.