pakka

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷାବର୍ଷ ୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ୯୦% ଅଧିକ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରୁ ୧୭ ଜଣ ଓ ଗାଇସିଲାଟ ଶିଶୁମନ୍ଦିରରୁ ୪ ଜଣଙ୍କୁ ଆଜି ବିଦ୍ୟାମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ ଜଣାଇବା ସହ ମାନପତ୍ର ଓ ମେଡାଲ ଦେଇ ସମର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାଳିଚରଣ ଦୁବେ (ବି.ଇ.ଓ ପଦ୍ମପୁର) ମୁଖ୍ୟ ଅତିଥି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟବକ୍ତା, ସମ୍ନାନୀତ ଅତିଥି ଭାବରେ ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସମ୍ପାଦକ ଜନକଲାଲ ମେହେର, ସଭାପତି ପୃଥ୍ୱୀରାଜ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କଲ୍ୟାଣୀ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଂପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three + sixteen =

error: Content is protected !!