ରେଙ୍ଗାଲି : ରେଙ୍ଗାଲି ବ୍ଲକର ଘିଚାମୁରା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱାଧୀନ ଏକତା ସଂଗଠନ ରେଙ୍ଗାଲି ଏବଂ ରେଙ୍ଗାଲି ବନ୍ୟାଞ୍ଚଳର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ନାଥ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବନଖଣ୍ଡ ଅଧିକାରୀ ପୃଥିବୀରାଜ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବୃକ୍ଷର ଭୂମିକା ବିଷୟରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଘିଚାମୁରା ସରପଞ୍ଚ ରାଜୀବ କିଶାନ, ସମିତି ସଭ୍ୟ, ସ୍କୁଲ କମିଟି ସଭାପତି, ସ୍କୁଲର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ, ଫରେଷ୍ଟ ଅଫିସର ପ୍ରବୀଣ ସିଂ, ଅବସପ୍ରାପ୍ତ କ୍ରୀଡା ଶିକ୍ଷକ ତଥା ସ୍ଵାଧୀନ ଏକତା ସଂଘଠନର ବ୍ଲକ ସଂଯୋଜକ ପ୍ରଫୁଲ୍ଲ ଗହିର ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସଭାପତି ରାଜୀବ କୁମାର ମିଶ୍ର ସଭାପରିଚଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ‘ପରିବେଶ ଶୃଙ୍ଖଳାରେ ବୃକ୍ଷର ଭୂମିକା’ ଶୀର୍ଷକରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଲ୍ୟାଣୀ ନାୟକ ପ୍ରଥମ, ଜିଜ୍ଞାସା ମଝି ଦ୍ଵିତୀୟ ଏବଂ ଯାମିନି ଲୁହାର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵାଧୀନ ଏକତା ସଂଗଠନର ଉପସଭାପତି ଅମିତ୍ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ପଦ୍ମନାଭ ଭୋଇ, ସଂପାଦକ ଦିବ୍ୟକିଶୋ ସରାଫ, ସହ ସଂପାଦକ ଜିତେନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ ଆଶିଷ ଶର୍ମା, ହରିଶ ସାହା, ସରୋଜ ବିଶୋଇ, ଦଶରଥ ଓରାମ, ପ୍ରହଲ୍ଲାଦ ସାହୁ, ସବୁଜ ରେଙ୍ଗାଲି ସଂଯୋଜକ ଉତ୍ତମ ବିଶ୍ଵାଳ ଏବଂ ଗ୍ରାମର ଆଲୋକ ପଧାନ, ଦୁଷ୍ମନ୍ତ ସାହୁ, ପିଣ୍ଟୁ ନାଥ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ୬୦ଟି ଚାରା ରୋପଣ କରାଯାଇଥିଲା ।