csstore

୪ ଦଫା ଦାବୀ ନେଇ ସିନ୍ଧେକେଲା ସେକ୍ସନ କାର୍ଯ୍ୟାଳୟକୁ ଘେରାଉ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉନ୍ଦେର ନଦୀ ଉପାନ୍ତ ଅଂଚଳ କୃଷକ ବିକାଶ କ୍ରିୟାନୁଷ୍ଠାନ ପକ୍ଷରୁ ୪ଦଫା ଦାବୀ ନେଇ ସିନ୍ଧେକେଲା ସେକ୍ସନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସିନ୍ଧେକେଲା ଅଞ୍ଚଳରେ ଦିନ ରାତି ଘନ ଘନ ବିଦ୍ୟୁତ କାଟ ଚାଲିଛି । ସଠିକ୍‌ ଭାବରେ ବିଦ୍ୟୁତ ଯୋଗାଣ ହୋଇ ପାରୁନାହିଁ । ଯାହା ଫଳରେ ଜାତୀୟ ବିପତ୍ତି କରୋନା ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଛାତ୍ରଛାତ୍ରୀ ମାନଙ୍କ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରିବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟୁତ ଯୋଗାଣରେ ପ୍ରଶାସନର ଉଦାସୀନତା ଯୋଗୁଁ ଲୋକମାନେ ପିଇବା ପାଣି ମଧ୍ୟ ପାଇପାରୁ ନାହାନ୍ତି । ସୂଚନା ଯୋଗ୍ୟ ଯେ, ବିନା ବର୍ଷା ଘଡଘଡି, ପବନରେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି । ୪ ଦଫା ଦାବୀ ଗୁଡିକ ମଧ୍ୟରୁ ସିନ୍ଧେକେଲା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ, ୩୩ କେଭି ଲାଗୁ କରାଯାଉ ଏବଂ ଖଡିଆଳ ପରିବର୍ତ୍ତେ ଟିଟିଲାଗଡରୁ ବିଦ୍ୟୁତ ଯୋଗାଣ କରାଯାଉ, ପ୍ରସ୍ଥାବିତ ଚାନ୍ଦୋତରା ଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ ସ୍ଥାପନ କରାଯାଉ, ସିନ୍ଧେକେଲାରେ ବିଦ୍ୟୁତ ଅଧିକାରୀ ସ୍ଥାୟୀ ଭାବରେ ଅବସ୍ଥାନ କରନ୍ତୁ ବୋଲି ଦାବୀ କରିଛନ୍ତି । ଏଥିରେ ଉନ୍ଦେର ନଦୀ ଉପାନ୍ତ ଅଞ୍ଚଳ କୃଷକ ବିକାଶ କ୍ରିୟାନୁଷ୍ଠାନ କମିଟୀର ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ରୁପେଶ କୁମାର ବେହେରା, ଭକ୍ତ ବେହେରା, ଭବାନୀ ଶଙ୍କର ନାଗ, ଭାଗ୍ୟ ସାହୁ, ଲବଣୀ ନାଗ, ଦ୍ରୋପଦ ନାଏକ, ଦୀନ ଚଣ୍ଡୀ, ନରେନ୍ଦ୍ର ବଗର୍ତ୍ତୀ, ବୁଧିମତ ବେହେରା, ନରେଶ ଅଗ୍ରୱାଲ ପ୍ରମୁଖଙ୍କ ସମେତ କମିଟୀର ବହୁ ସଦସ୍ୟମାନେ ସାମିଲ ହୋଇଥିଲେ । ପରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.