csstore

ବିଭିନ୍ନ ଦାବୀ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ରାଇରଙ୍ଗପୁର : ବିଭିନ୍ନ ଦାବୀ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା କରି ଶହ ଶହ ଅଙ୍ଗନବାଡ଼ି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଗୋଲେଇ, ବିଜୁ ପଟ୍ଟନାୟକ ଛକ ଡାକ୍ତରଖାନା ଛକ, ବସ ଷ୍ଟାଣ୍ଡ, କୋର୍ଟ ଦେଇ ବାମାନଘାଟି ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । କରୋନା ସମୟରେ ପ୍ରତି ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଅଗ୍ରଣୀ ଲଢ଼ୁଆ ସେନାର କାମ କରିଥିବା ବେଳେ, ଦରମା ବୃଦ୍ଧି, ପୃଷ୍ଟିକର ଖାଦ୍ୟ ଓ ଅଣ୍ଡା ଦର ବୃଦ୍ଧି, ସୁପରଭାଇଜରକୁ ପଦୋନ୍ନତି, ମୃତ୍ୟୁ କାଳୀନ ସହାୟତା, ମାସିକ ଅବସରକାଳୀନ ଭତ୍ତା, ପିଏଫଓ ଗ୍ରାଚୁଇଟ ଦେବା, ସରକାରୀ ମାନ୍ୟତା ଦେବା ଭଳି ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଇରଙ୍ଗପୁର ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.