pakka

କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚାମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୋମବାର ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ସକାଳୁ ଦୋକାନ ମାଲିକ ସୁରେଶ ଚନ୍ଦ୍ର ପିଲାଇ ଜାଣିଥିଲେ । ଦୋକାନ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁ ଲାଭାଇ ଥିବା ବେଳେ ବାଲିଗୁଡ଼ା ଏସ୍‌ଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

2 × one =