pakka

ପଦ୍ମପୁର ଉପନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ୧୩୬୭୪ ରହିଥିବା ବେଳେ ୯୪୫୪ ଜଣ (୬୯.୧୪%) ଭୋଟ ଦେଇଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ୯୩୯୩୬ ଭୋଟରଙ୍କ ମଧ୍ୟରୁ ୭୬୩୮୩ ଜଣ (୮୧.୩୧%) ଭୋଟଦାନ କରିଥିଲେ । ଝାରବନ୍ଧ ବ୍ଲକ ଅଞ୍ଚଳରେ ୬୦୫୬୬ ଭୋଟରଙ୍କ ମଧ୍ୟରୁ ୫୦୭୬୨ଜଣ (୮୩.୮୨%) ଭୋଟଦାନ କରିଥିଲେ । ସେହିପରି ପାଇକମାଳ ବ୍ଲକ ଅଞ୍ଚଳରେ ୮୯୨୯୮ ଭୋଟରଙ୍କ ମଧ୍ୟରୁ ୭୨୭୧୦ ଜଣ (୮୧.୪୨%) ଭୋଟଦାନ କରିଥିଲେ । ସମୁଦାୟ ୨୫୭୪୭୪ ଭୋଟରଙ୍କ ମଧ୍ୟରୁ ୨୦୯୩୦୯ ଜଣ (୮୧.୨୯%) ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

8 + eighteen =