pakka

ବ୍ରାଉନ ସୁଗର ଜବତ : ୬୦ ବର୍ଷିୟ ବୃଦ୍ଧା ଗିରଫ

bbehera

ଢେଙ୍କାନାଳ : ଢେଙ୍କାନାଳ ସହର ଲକ୍ଷ୍ମୀବଜାର ଅଞ୍ଚଳର ଜଣେ ୬୦ ବର୍ଷିୟ ବୃଦ୍ଧା ଶାନ୍ତିଲତା ସ୍ଵାଇଁ ଘରେ ବ୍ରାଉନସୁଗର ବେପାର କରୁଥିବା ବେଳେ ଢ଼େଙ୍କାନାଳ ଅବକାରୀ ବିଭାଗର ଚଢାଉ କରି ତାଙ୍କୁ କାବୁ କରିଛି ।

ଶାନ୍ତିଲତାଙ୍କ ଠାରୁ ୬୮ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ମୂଲ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେହିପରି ଆଉ ଜଣେ ବ୍ୟକ୍ତିଙ୍କଠାରୁ ୫ କେଜି ଗଞ୍ଜେଇ ଜବତ ହୋଇଛି । ଶଙ୍କରପୁରର ୩୮ ବର୍ଷୀୟ ଦିଲ୍ଲିପ କୁମାର ସେନାପତି ଢେଙ୍କାନାଳକୁ ଏକ ସ୍କୁଟିରେ ଗଞ୍ଜେଇ ଆଣୁଥିବା ଖବର ପାଇ ଅବକାରୀ ବିଭାଗ ମହିଷାପାଟ ଠାରେ ତାଙ୍କୁ କାବୁ କରିଥିଲା ।

jay balangir
Leave A Reply

Your email address will not be published.

18 + seven =