pakka

ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ : ବରପଦରକୁ ହରାଇ ଜୟବାହାଲ ଚାମ୍ପିଅନ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଲପଡା ମା’ଠାକୁରାଣୀ ଖେଳ ପଡିଆଠାରେ ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଖେଳ ଜୟବାହାଲ ଦଳ ଓ ବରପଦର ଦଳ ମଧ୍ୟରେ ହୋଇଥିବା ବେଳେ ଜୟବାହାଲ ଦଳ ଟଚ୍ ଜିତି ବେଟିଙ୍ଗ ନିଷ୍ପତ୍ତି ନେଇଥିଲା ଏବଂ ୧୨ ଓଭରରେ ୭୮ ରନ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଥିଲା । ଜବାବରେ ବରପଦର ଦଳ ୧୨ ଓଭରରେ ୭୪ ରନ ସଂଗ୍ରହ କରିଥିଲା । ଫଳରେ ଜୟବାହାଲ ଦଳକୁ ବିଜୟୀ ଚମ୍ପିଆନ ଘୋଷଣା କରାଗଲା । ଏହି ଫାଇନାଲ ଖେଳର ପରିଚାଳନା ଶ୍ରିକାନ୍ତ ସିଂ ଦଣ୍ତସେନା ଓ ପବିତ୍ର କତ୍ସିଅପ୍ ଦାୟିତ୍ୱ ତୁଳାଇଥିବା ବେଳେ ଉଦ୍‌ଘୋଷଣ ସଂଙ୍କଟ ସିଂ ଦଣ୍ତସେନା, ପ୍ରକାଶ ପାତ୍ର ଓ ଭୁବନେଶ୍ୱର ଦାସ ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ସନ୍ତୋଷିନି ଅଗ୍ରୱାଲ, ନୂଆପଡ଼ା ପଞ୍ଚାୟତ ସରପଞ୍ଚ ବିଦ୍ୟାଧର ଗୋଡତିଆ, ସମାଜସେବୀ କମଲେଶ୍ ଅଗ୍ରୱାଲ, ବିରଞ୍ଚି ଜଗତ, ଗିରିଧାରୀ ମେହେର, ପିତବାସ ଜଗତ, ହର କିଶୋର ଦଣ୍ତସେନା, ସୁରେଶ ବାଗ, ଧନିରାମ ମାଝି, ପୁର୍ଣ୍ଣମୀ ମାଝି ପ୍ରମୁଖ ମଂଚାସୀନ ଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି କ୍ଷୀରସିନ୍ଧୁ ମାଝି, ସମ୍ପାଦକ ଭୁବନେଶ୍ୱର ଦାସ, ଉପସଭାପତି ନିରଞ୍ଜନ ମାଝି, ଉପସ୍ଥିତ ରହିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂଜୟ ସିଂ ଦଣ୍ତସେନା ମୁଖ୍ୟ ଦାୟିତ୍ୱ ତୁଳାଇଥିଲେ । କମଟି ସଦସ୍ୟ ହରିସିଂ ମାଝି, ହ୍ରୁଷିକେସ ମାଝି, କାର୍ତ୍ତିକ ହଂସ, ସୁଶାନ୍ତ ସିଂ ଦଣ୍ତସେନା, ଗୋବିନ୍ଦ ମାଝି, ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ମଞ୍ଚାସୀନ ଅତିଥିମାନେ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିବା ବେଳେ ଚାମ୍ପିଅନ ଦଳକୁ ମୁଖ୍ୟ ଅତିଥି ଶ୍ରୀ ମେହେର ପ୍ରଦାନ କରିଥିଲେ ଏବଂ ନୂଆପଡ଼ା ପଞ୍ଚାୟତର ଅନେକ କଲାକାରଙ୍କୁ ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲର ଏକ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ କଳାକାରମାନେ ବହୁ ଖୁସି ଅନୁଭବ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏମିତି ଏକ ନିଆରା ଉପାୟରେ କଲାକାରମାନଙ୍କୁ ସମ୍ମାନ କରିଥିବାରୁ ସିନାପାଲି ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।

jay balangir
Leave A Reply

Your email address will not be published.

nineteen + twelve =