pakka

ବୃକ୍ଷ ରୋପଣ କରି ଓଡିଶୀ ସଂକୀର୍ତ୍ତନ ଗୁରୁ ଅଭିରାମ ମହାରଣାଙ୍କୁ ଶ୍ରଦ୍ଧା ସୁମନ ଦେଲେ ହୃଷୀକେଶ ପାଢ଼ୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ) ଗ୍ରାମର ବିଶିଷ୍ଟ ସଂକୀର୍ତନ ଗୁରୁ ଅଭିରାମ ମହାରଣାଙ୍କ ଏକାଦଶାହ ସ୍ମୃତିସଭା ଗତକାଲି ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଢେଙ୍କାନାଳ ଆଦି ଜିଲ୍ଲାରୁ ଓଡିଶୀ ସଂକୀର୍ତ୍ତନ ଗାୟକ, ପାଲାଗାୟକ, ବିଶ୍ୱକର୍ମା ଶିଳ୍ପୀଗୁରୁ ଓ ସ୍ଥାନୀୟ ପାଲାଗାୟକ ପ୍ରମୋଦ କୁମାର ଜେନା, ସରୋଜ କୁମାର ପ୍ରଧାନ, ପ୍ରବଚକ ଶରତ କୁମାର ରାଉତ, ସଂକୀର୍ତ୍ତନ ଗାୟକ ଓ ବାୟକ, ପୁତ୍ର ପାଲାଗାୟକ ବସନ୍ତ କୁମାର ମହାରଣା, ପୁତ୍ର ଶରତ କୁମାର ମହାରଣା ଓ ବୁଦ୍ଧିଜୀବୀମାନେ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧାରୀ ଗମାଙ୍ଗ, ନବୀନ ପଟ୍ଟନାୟକଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିବା ସ୍ୱର୍ଗତ ମହାରଣାଙ୍କୁ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ” ଗଛ ହସିଲେ ଜଗତ ହସେ’ ପୁସ୍ତକର ରଚୟିତା ପରିବେଶବିତ୍ତ ତଥା ଆଇନଜୀବୀ ହୃଷକେଶ ପାଢ଼ୀ ବୃକ୍ଷ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧା ସୁମନ ଅର୍ପଣ କରି କହିଲେ – “ଡେଲାଙ୍ଗ ମାଟିର ସାରସ୍ୱତ ସାଧକ, ଚାଳିଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଲିଖିତ ” ଡେଲାଙ୍ଗ ବ୍ଲକର ବିଶିଷ୍ଟ ବ୍ୟକ୍ତିତ୍ବ’ ପୁସ୍ତକରେ ସ୍ବର୍ଗତ ମହାରଣା ସ୍ଥାନ ପାଇବେ ବୋଲି ଘୋଷଣା କରିଥିଲେ । ସାଙ୍ଗରେ ନେଇଥିବା ଅଁଳା ବୃକ୍ଷକୁ ପରିବେଶବିତ ଶ୍ରୀ ପାଢ଼ୀ ମହୋଦୟ ସ୍ବର୍ଗତ ଆତ୍ମାଙ୍କ ସ୍ମୃତିରେ ରୋପଣ କରି ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପାଲାଗାୟକ ପ୍ରମୋଦ କୁମାର ଜେନା, ସରୋଜ କୁମାର ପ୍ରଧାନ, ସ୍ବର୍ଗତ ମହାରଣାଙ୍କ ପୁତ୍ର ପାଲାଗାୟକ ବସନ୍ତ କୁମାର ମହାରଣା ଓ ପୁତ୍ର ଷ୍ଟାମ୍ପଭେଣ୍ଡର ଶରତ କୁମାର ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ମହାରଣାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରଥମ ବର୍ଷ ଶ୍ରାଦ୍ଧବାର୍ଷିକକୁ ଗ୍ରାମରେ ସ୍ଥାପନ କରିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

thirteen − five =