ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆପାଲିକୁ ହରାଇ ସାଗରପାଲି ଚାମ୍ପିୟନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଂଚାୟତ ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସାଗରପାଲି ଦଳ ସିରାବାହାଲକୁ ଏବଂ ନୂଆପାଲି ଦଳ ଦେଓଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ନୂଆପାଲିକୁ ହରାଇ ସାଗରପାଲି ଚାମ୍ପିୟନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଗାଁର ବିଶିଷ୍ଟ ବ୍ୟକ୍ତି ଦୁର୍ଯ୍ୟୋଧନ ସାହୁ ଏବଂ କପିଳେଶ୍ୱର ପଧାନ ଉପସ୍ଥିତ ରହି ଖେଳାଡ଼ିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଖେଳକୁ ଭୋଳାନାଥ ସାହୁ ଓ ସକୀର୍ତ୍ତନ ସାହୁ ଖେଳ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଗାଁର ସମସ୍ତ ଖେଳାଡ଼ିମାନେ ସହଯୋଗ କରିଥିଲେ । ଅବନୀ ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

sixteen − 14 =