csstore

ବିଡିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବଠର୍ଲା ଚାମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଠର୍ଲା ଗ୍ରାମରେ ଚାଲିଥିବା ବିଡିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଦେଓଗାଁ ଓ ବଠର୍ଲା ଦଳ ଫାଇନାଲ୍ ମ୍ୟାଚକୁ ଉତ୍ତିର୍ଣ୍ଣ ହୋଇଥିଲେ । ଆୟୋଜିତ ଫାଇନାଲ୍ ମ୍ୟାଚରେ ଦେଓଗାଁ ଦଳକୁ ପରାସ୍ତ କରି ବଠର୍ଲା ଦଳ ଚାମ୍ପିୟାନ ହୋଇଥିଲା । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଜୋନ୍‌ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଉଦ୍ଧବ ବେହେରା, ସମ୍ମାନୀୟ ଅତିଥି ଭାବେ ଗନ୍ଧର୍ଲା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ଜାଲ, ଯୁବନେତା ଦ୍ରୌପଦ ନାଏକ, ବିରଞ୍ଚି ଜାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.