pakka

ଆମ୍ବେଦକର ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : କୁଠୁର୍ଲାକୁ ହରାଇ ଗାଇବାହଲ ଚାମ୍ପିଅନ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ନିକଟସ୍ଥ ଖେଳ ପଡ଼ିଆରେ ରବିବାର ଦିନ ଦେଓଗାଁ ବ୍ଲକ୍ ଉଡାର ଆମ୍ବେଦକର କ୍ରିକେଟ କ୍ଳବ୍ ପକ୍ଷରୁ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ମହମ୍ମଦପୁର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ମହାନନ୍ଦ ଓ ବ୍ରାହ୍ମଣୀଜୋର ହାଇସ୍କୁଲର ଶିକ୍ଷକ ପ୍ରଦୀପ ଛତ୍ରିଆ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ସେମି ଫାଇନାଲରେ ଥାଲବନ୍ଦକୁ କୁଠୁର୍ଲା ଓ ଦ୍ଵିତୀୟ ସେମିଫାଇନାଲରେ ଭୂତିଆରବାହାଲକୁ ଗାଇବାହଲ ହରାଇ ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ କୁଠୁର୍ଲାକୁ ହରାଇ ଗାଇବାହାଲ ଦଳ ଚାମ୍ପିଅନ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଶିକ୍ଷକ ପ୍ରଦୀପ ଛତ୍ରିଆ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାକୁ ଟିକେଶ୍ୱର୍ ଛତ୍ରିଆ, ଅନାଦି ଛତ୍ରିଆ ସଂଯୋଜନା କରିଥିବା ବେଳେ ଆନନ୍ଦ ବିଶ୍ଵାଳ, ବିଘ୍ନରାଜ ପଧାନ, ସଙ୍କୀର୍ତ୍ତନ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ବୁଲୁ ପଧାନ ଦାୟିତ୍ଵ ତୁଲାଇଥିଲେ । ସିଦ୍ଧାର୍ଥ ନନ୍ଦ, ଅନୁପା ନନ୍ଦ, ବିକି ଛତ୍ରିଆ, ବରୁଣ ନନ୍ଦ, ଠକ ନନ୍ଦ, ମନ ନନ୍ଦ, ଅମିତ ସୁନା, ଭୋଲା ସାହୁ ସହ କ୍ରିକେଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

three × five =