pakka

ପାଟଣାଗଡ ଯାଦବ ସମାଜର ପରିଚାଳନା କମିଟିର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ଖର୍ସେଲ ମନୋନୀତ

kalikesh

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଯାଦବ ସମାଜ ପକ୍ଷରୁ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଯାଦବ ସମାଜ ବ୍ଳକ ସଭାପତି ସୁଗ୍ରୀବର ଖର୍ସେଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଦବ ସମାଜ ଜିଲ୍ଲା ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ସଂକିର୍ତ୍ତନ ବାଗ, ପାଟଣାଗଡ଼ ଉପଖଣ୍ଡ ସଭାପତି, ରାମଚନ୍ଦ୍ର ବାଗ, ବେଲପଡା ବ୍ଳକ ସଭାପତି ଗୋକୁଳ ଖର୍ସେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମା’ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ବୈଠକ ସମାଜ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଯାଦବ ସମାଜର ସାମାଜିକ ଅର୍ଥନୈତିକ ବିକାଶ, ଶିକ୍ଷା ସ୍ବାସ୍ଥ୍ୟ ସାମାଜିକ ନିୟମାବଳୀ, ଦିଗରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ପାଟଣାଗଡ଼ ବ୍ଳକର ୩୦ଟି ପଞ୍ଚାୟତର ସଭାପତି, ସମ୍ପାଦକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବୈଠକରେ ପାଟଣାଗଡ଼ ଯାଦବ ସମାଜ କାର୍ଯ୍ୟକାରୀ ସଭାପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ପୁଣି ସଭାପତି ଚୟନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ପାଟଣାଗଡ଼ ବ୍ଳକ ଯାଦବ ସମାଜର ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଗ୍ରୀବର ଖର୍ସେଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ପାଟଣାଗଡ଼ ବ୍ଳକ ଯାଦବ ସମାଜର ନୂତନ ସଭାପତି ଭାବେ ଜଗନ୍ନାଥ ଖର୍ସେଲଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ଯାଦବର ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ବେଲପଡା ବ୍ଳକ ସଭାପତି ରାମଚନ୍ଦ୍ର ବାଗ ପରିଚାଳନା କରିଥିବା ବେଳେ ନୂତନ ସଭାପତି ଜଗନ୍ନାଥ ଖର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

four × 4 =