pakka

ନବମତମ ଆଦିବାସୀ କପ୍‌ ବେନକେରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗାଁର ନବମତମ ଆଦିବାସୀ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପିତ ଉତ୍ସବରେ ରୁଦ୍ରାକ୍ଷ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପଂଚିମା ଓଡ଼ିଶା ମହାସଚିବ ନିରଞ୍ଜନ ବିଶି ଥିବା ବେଳେ, ସମ୍ମାନିତ ପୁସ୍ତମ ଧରୁଆ, ଈଶ୍ୱର ମିର୍ଧା, ସୁନନ୍ଦ ପୁଟେଲ, ଲଷ୍ମୀ ଶବର, ଭୋଜରାଜ ବରିହା, ସୁଶାନ୍ତ ସାହୁ (ଚିରାଗ ଏଣ୍ଟରପ୍ରାଇଜେସ) ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଯାପିତ କରିଥିଲେ । ଫାଇନାଲ୍ ମେଚ୍ ବଡ଼ ଗୁର୍ଜିଭଟା ଓ ଦେଦରହ ଦଳ ମଧ୍ୟରେ ହୋଇଥିଲା । ବଡ଼ଗୁର୍ଜିଭଟା ଦଳ ପ୍ରଥମେ ଟସ ଜିଣି ବ୍ୟାଟିଙ୍ଗ କରି ୦୮ ଓଭରରେ ୦୪ ଉଇକେଟ ହରାଇ ୯୮ରନ ସଂଗ୍ରହ କରିଥିଲା । ଜବାବାରେ ଦେଦରହ ଦଳ ୦୭ ଓଭରରେ ୧୦ ଉଇକେଟ ହରାଇ ମାତ୍ର ୨୯ ରନ ସଂଗ୍ରହ କରିପାରିଥିଲେ । ଯାହା ଫଳରେ ବଡ଼ ଗୁର୍ଜିଭଟା ଦଳକୁ ବିଜୟୀ ଘୋଷଣା କରାଯାଇଥିଲା । ଅମ୍ପାୟାର ରୂପେ ଚୁଡାମଣି ପାଡ଼ି, ପୀତବାସ ସାହୁ, ପ୍ରସାନ୍ତ ମିଶ୍ର ଓ ଡେନ୍ସ ଅମ୍ପିଆର ପ୍ରଯୋଜ କଶ୍ୟପ, ବସନ୍ତ ଶବର ଖେଳ ପରିଚାଳନା କରିଥିବା ବେଳେ ଭରତ ରଣା ସ୍କୋରର ଭାବେ ମିନିକେତନ ଦାସ ଓ ବିଜୁ ସୁନା ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେନକେରା ଗ୍ରାମବାସୀ, ଆଦିବାସୀ କ୍ଲବ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × 3 =